ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍.ବାଜୱା କର୍ତ୍ତବ୍ୟ ପ୍ରତି ସଚ୍ଚୋଟତା ଏବଂ ନିଷ୍ଠା ପରତା ପାଇଁ ଡିଭିଜନର ଚାରି ଜଣ ରେଳ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାରରେ ସମ୍ମାନିତ କରିଛନ୍ତି । ଶ୍ରୀ ବାଜୱା ଏହି କର୍ମଚାରୀଙ୍କ ଅବିସ୍ମରଣୀୟ ଉତ୍ସର୍ଗକୁ ପ୍ରଶଂସା କରିଥିଲେ ଏବଂ କର୍ତ୍ତବ୍ୟ ପାଳନ କରିବା ସମୟରେ ସତର୍କ,ସଜାଗ ଏବଂ ସେମାନଙ୍କର ଦାୟିତ୍ୱ ପ୍ରତି ସମର୍ପିତ ରହିବାକୁ ଅବଗତ କରିଥିଲେ ।
ଚାରି ଜଣ ପୁରସ୍କାର ପ୍ରାପ୍ତଙ୍କ ମଧ୍ୟରୁ, ଦୁଇଜଣ ସମ୍ମାନିତ ବ୍ୟକ୍ତି ହେଉଛନ୍ତି, ଶ୍ରୀ ସୁନନ୍ଦା କୁମାର ବେହେରା,ଷ୍ଟେସନ ମ୍ୟାନେଜର ଯୋରନ୍ଦା ଏବଂ ଶ୍ରୀ ଟେକି ଶ୍ରୀନିବାସ ରାଓ, ଟେକ୍ନିସିଆନ୍-୧ ପଲାସା।ଏହି ଦୁଇ କର୍ମଚାରୀଙ୍କ ସତର୍କତା ଏବଂ ଉପସ୍ଥିତି ବୁଦ୍ଧି ଯୋଗୁ ଟ୍ରେନ ଗୁଡ଼ିକର ସୁରକ୍ଷିତ ଏବଂ ଦକ୍ଷ ପରିଚାଳନା ସୁନିଶ୍ଚିତ ହୋଇଛି। ତୃତୀୟ ସମ୍ମାନିତ ବ୍ୟକ୍ତି ହେଉଛନ୍ତି,ଡ଼ି ରମେଶ ବାରିକି, ଚିଫ୍ କଣ୍ଟ୍ରଲୋର ଖୋର୍ଦ୍ଧାରୋଡ଼।