No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) କୋଲଟା ଗ୍ରାମ :- ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୋଲଟା ଗ୍ରାମର ଏକ ଆଣ୍ଟି ସୋସିଆଲ୍ ତଥା ଦୁର୍ଦ୍ଦାନ୍ତ ଅପରାଧୀ ଏସ୍ କେ ଆବିଦ୍ ଅଲ୍ଲୀ ନାମକ ବ୍ୟକ୍ତି ଖଣ୍ଡା, ଭୁଜାଲି ବ୍ୟବହାର କରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା ବେଳେ ମାରପିଟ୍ , ଲୁଟ୍ ଭଳି ଅନେକ ଅପରାଧିକ କାର୍ଯ୍ୟକଳାପ କରି ସ୍ଥାନୀୟ ବାସିନ୍ଦା ଙ୍କୁ ଆତଙ୍କିତ କରି ରଖିଥିବା ଜଣା ପଡ଼ିଥିଲା । ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟ ରେ ଲିପ୍ତ ରହିଥିବା ଦୁର୍ଦ୍ଦାନ୍ତ ଲୁଟେରା ନଦୀ ବନ୍ଧ ନିକଟରେ ସାଧାରଣ ଲୋକଙ୍କ ଧନ ସମ୍ପତି ଲୁଟ୍ କରିବା ଭଳି ଅଭିଯୋଗ କୁ ଆଧାର କରି କୃଷ୍ଣ ଚନ୍ଦ୍ରପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ ଙ୍କ ସ୍ଵତନ୍ତ୍ର ତଦନ୍ତକାରି ଟିମ୍ କୁ ଧରି କୌଶଳ ସହକାରେ ଉକ୍ତ ଅଭିଯୁକ୍ତ କୁ ଗିରଫ କରିଥିଲେ ।
ଅଭିଯୁକ୍ତ ଅବିଦ ଅଲି ଭୁଜାଲି ଦେଖାଇ ପୋଲିସ ଉପରେ ଆକ୍ରମଣ କରିଥିବା ମଧ୍ୟ ପୋଲିସ ପ୍ରକାଶ କରିଥିଲା ପରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇପାରିଥିଲା । ତା ପାଖରୁ ମରଣାତ୍ମକ ଅସ୍ତ୍ର ଶସ୍ତ୍ର ଜବତ କରିବା ସହ ୮ ଟି ମାମଲା ରେ ଉକ୍ତ ଅଭିଯୁକ୍ତ ସଂପୃକ୍ତ ଥିଲେ ବୋଲି ଜଣା ପଡିଛି । ଉକ୍ତ ଅଭିଯୁକ୍ତ କୁ ପୋଲିସ କୋର୍ଟ ଚାଲାଣ କରିବା ପରେ ସେଠାକାର ଜନସାଧାରଣ ନିଜକୁ ସୁରକ୍ଷିତ ମନେ କରିଥିବା ପୋଲିସ ପ୍ରକାଶ କରିଛି ।
ଉକ୍ତ ଦୁର୍ଦ୍ଦାନ୍ତ ଅପରାଧୀ କୁ କବଜା କରିବା ପରେ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ , ଏସଆଇ ମମତା ହେମ୍ବ୍ରମ ଓ ଶାନ୍ତନୁ ଜେନା ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତି ରେ ଥାନା ଭାରପ୍ରାପ୍ତ ଅଧିକାରୀ ଅପରାଧ ନିୟନ୍ତ୍ରଣରେ କୃଷ୍ଣଚନ୍ଦ୍ରପୁର ପୋଲିସ ପାଇଁ ଏହା ଏକ ବଡ଼ ସଫଳତା ଅଣିଦେଇଥିବା ବେଳେ ଆଇନ ଠାରୁ ଉର୍ଦ୍ଧ୍ୱରେ କେହି ନାହାଁନ୍ତି । ଯଦି କୌଣସି ବ୍ୟକ୍ତି ଅପରାଧ କରେ, ତେବେ ସେ ଏହାର ପରିଣାମ ସହିବାକୁ ପ୍ରସ୍ତୁତ ରହିବ l ସାଧାରଣ ଜନତାଙ୍କ ଜୀବନ ଏବଂ ସମ୍ପତ୍ତି ଉପରେ ଅପରାଧିକ ଦଖଲ କୁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରତିକ୍ରିୟା ରଖିଥିଲେ l He is arrested in connection with GR Case number 456/23
No Result
View All Result