No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ପାହାଳ ଥାନା ବିଏମସି ୪ନମ୍ବର ୱ।ର୍ଡ଼ ନଖରା ଗ୍ରାମର ପୁରାତନ ପାରମ୍ପରିକ ଭାଗତ ମେଳଣ ଏବଂ ଯାତ୍ରା ମହୋତ୍ସବ ଏପ୍ରିଲ ୨ ତାରିଖରୁ ଆରମ୍ଭ ହୋଇ ୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ମା’ ଜାଗୁଳାଇଙ୍କ ଯାତ୍ରା ପଡିଆରେ ଅନୁଷ୍ଠିତ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅପରାହ୍ନରେ ନଖରା ଭାଗବତ ପୀଠରେ ଗ୍ରାମ୍ୟ କମିଟିର ସଭାପତି ସୁଦାମ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

ଏପ୍ରିଲ ଦୁଇ ତାରିଖ ଦିନ ସନ୍ଧ୍ୟାରେ ନଖରା ଭାଗବତ ଗୃହରୁ ଏକ ବିମାନ ବାହାର କରାଯିବ। ଏହି ବିମାନ ନଖରା ପଞ୍ଚୁସାହି ବିମାନକୁ ସାଥିରେ ଧରି ନଖରାର ଅନ୍ୟ ସାହି ପରିକ୍ରମା କରି ଶୋଭାଯାତ୍ରାରେ ମା ‘ ଜାଗୁଳାଇଙ୍କ ପୀଠରେ ରାତି ୧୦ ଟାରେ ପହଞ୍ଚି ଅବସ୍ଥାନ କରିବ।

ରାତି ୧୨ ଟାରୁ ଅପେରା ପରିବେଷଣ କରାଯିବ । ୩ ତାରିଖରେ ଦିନ ଦୁଇଟାରେ ଘୋଡା ନାଚ , ସନ୍ଧ୍ୟା ୫୨ ମଣ୍ଡଳ ସଂକୀର୍ତ୍ତନ ଗୋଷ୍ଠୀ ପକ୍ଷରୁ ଓଡିଶୀ ସଂକୀର୍ତ୍ତନ ପରିବେଷଣ କରାଯିବ । ରାତି ୮ ଟାରେ ରାଜନୈତିକ ବ୍ୟକ୍ତି, ଗଣମାଧ୍ୟମର ପ୍ରତିନିଧି , ପୋଲିସ ଅଧିକାରୀ, ବିଭିନ୍ନ ଗ୍ରାମର ସଭାପତି, ସମାଜସେବୀ ଙ୍କୁ ସମ୍ବର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ ରହିଛି । ତିନିଦିନ ଧରି ଯାତ୍ରା ପଡିଆରେ ମିନାଵଜାର ଖୋଲାଯିବ ।

ଏହି ଯାତ୍ରା ଦେଖିବା ପାଇଁ ନଖରା ଏବଂ ଏହାର ଆଖପାଖ ଗ୍ରାମର ଜନସାଧାରଣ ଯୋଗ ଦେଇଥାନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପାହାଳ ପୋଲିସ ଏବଂ ନଖରା ଗ୍ରାମରଯୁବକ ମାନେ ଯାତ୍ରାରେ ଉପସ୍ଥିତ ରହି ଯାତ୍ରାକୁ ସୁପରିଚାଳନା କରିବା କାର୍ଯ୍ୟକ୍ରମ ରହିଛି ବୋଲି ସଭାପତି କହିଥିଲେ ।

ଆୟୋଜିତ ପ୍ରସ୍ତୁତି ବୈଠକରେ ଗ୍ରାମ୍ୟ କମିଟିର ସଂପାଦକ ନିରଞ୍ଜନ ସାହୁ ( କାଳିଆ ) , ଉପ ସଭାପତି ସୁକାନ୍ତ କୁମାର ସାହୁ ,ଦୁଃଶାସନ ସାହୁ , ରଙ୍କନିଧି ସାହୁ ,ଯୁଗଳ କିଶୋର ସାହୁ (ଝରିଆ ) , ହରିହର ସାହୁ , କ୍ଷେତ୍ର ମୋହନ ସାହୁ ,କ୍ଷିରୋଦ ବେହେରା, ରମାକାନ୍ତ ସାହୁ , ସୁବାସ ଚନ୍ଦ୍ର ସାହୁ ,ଦିପ୍ତି ରଞ୍ଜନ ସାହୁ ,ଦୀପକ ବରାଳ ,ସତ୍ୟ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result