No Result
View All Result

ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତରେ ଯଜ୍ଞ ପାଇଁ ଗ୍ରାମର ଯୁବକ ସଂଘ ପକ୍ଷରୁ ସଂପୂର୍ଣ୍ଣ ରାମାୟଣ ନାଟକ ଚାଲିଥିବା ବେଳେ ନାଟକର ମନ୍ଥରା ଅଭିନୟ କରୁଥିବା କଳାକାର ବୈକୁଣ୍ଠ ସାହୁଙ୍କର ଦେହ ହଠାତ ମଞ୍ଚ ଉପରେ ଖରାପ ହେବାରୁ ଯୁବକ ସଂଘ ସଦସ୍ୟ ମାନେ
ସଙ୍ଗେ ସଙ୍ଗେ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ, ହେଲେ ସେଠାରେ କଳାକାର ବୈକୁଣ୍ଠଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ଏହି କଳାକାରଙ୍କ ଅକାଳ ମୃତ୍ୟୁରେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିବା ବେଳେ ନାଚକୁ ବନ୍ଦ କରାଯାଇଥିଲା l
No Result
View All Result