ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) କେରଳ :- କେରଳ ବିଜେପିର ନୂଆ ସଭାପତି ଭାବେ ମନୋନୀତ ହୋଇଛନ୍ତି ରାଜ୍ୟର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଆଜି କେରଳର ତିରୁଅନନ୍ତପୂରମର ଉଦୟ ପ୍ୟାଲେସରେ ବିଜେପିର ଜାତୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ଘୋଷଣା କରିଛନ୍ତି । ଘୋଷଣା ସମୟରେ କେରଳ ବିଜେପିର ପ୍ରଭାରୀ ପ୍ରକାଶ ଜାଭଡ଼େକର ଏବଂ ସହ ପ୍ରଭାରୀ ତଥା ଭୁବନେଶ୍ୱର ସାଂସଦ ଶ୍ରୀମତି ଅପରୀଜିତା ଷଡ଼ଙ୍ଗୀଙ୍କ ସମେତ ୩୦ଟି ବିଜେପି ଜିଲ୍ଲା ଏବଂ ୨୮୦ଟି ମଣ୍ଡଳର ତିନି ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ ।

ଗତ ତିନିଦିନ ଧରି କେରଳର ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ବିଜେପି ନେତାଙ୍କ ଙ୍କୁ ନେଇ ମାନସ ମନ୍ଥନ କରିଚାଲିଥିଲେ ପ୍ରଭାରୀ ପ୍ରକାଶ ଜାଭଡ଼େକର ଏବଂ ସହ ପ୍ରଭାରୀ ଅପରୀଜିତା ଷଡ଼ଙ୍ଗୀ । ଆଉ ଶେଷରେ ସମସ୍ତଙ୍କ ନିଷ୍ପତ୍ତି ଅନୁସାରେ ଦଳର କୋର୍ କମିଟି ବୈଠକରେ ରାଜୀବ ଚନ୍ଦ୍ରଶେଖରଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଛି । ତେବେ ଏହି ଘୋଷଣା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ସାଂସଦ ତଥା କେରଳ ବିଜେପି ସହପ୍ରଭାରୀ ଅପରାଜିତା ଷଡ଼ଙ୍ଗୀ । ତାଙ୍କ କହିବା ଅନୁସାରେ କେରଳ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ବର୍ଷ ବାକି ରହିଛି ।

ସହପ୍ରଭାରୀ ହେବା ପରେ ପ୍ରତି ମାସରେ କେରଳ ଯାଇ ତୂଣମୂଳ ସ୍ତରର କର୍ମକର୍ତ୍ତାଙ୍କୁ ଭେଟୁଛନ୍ତି ସେ । ତେଣୁ କେରଳରେ କିଭଳି ଓଡ଼ିଶା ମଡେଲ୍ ପ୍ରୟୋଗ କରି ସେଠାରେ ମଧ୍ୟ ଡବଲ ଇଞ୍ଜିନ ସରକାର ଗଢ଼ିହେବ ତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଅପରାଜିତା । ଆଉ ରାଜୀବ ଚନ୍ଦ୍ରଶେଖରଙ୍କର ଜଣେ କେନ୍ଦ୍ରମନ୍ତ୍ରୀ ଅନୁସାରେ ପୂର୍ବରୁ ଅଭିଜ୍ଞତା ରହିବା ସହ ସମସ୍ତଙ୍କୁ ନେଇ ଚାଲିବାର ଦକ୍ଷତା ମଧ୍ୟ ରହିଥିବା କହିଛନ୍ତି ଅପରାଜିତା ।

ଆଗକୁ କେରଳ ବିଜେପି କେନ୍ଦ ସରକାରଙ୍କର ବିଭିନ୍ନ ଜନାଭିମୁଖୀ ଯୋଜନାକୁ କିଭଳି ଗାଁ ଗାଁରେ ପ୍ରତିଟି ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇପାରିବ ତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ତେଣୁ କେରଳ ଜଣେ ଭଲ ସଭାପତି ପାଇଥିବାରୁ ଉଭୟ କେରଳ ବିଜେପି ଏବଂ ନୂଆ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସହପ୍ରଭାରୀ । ଆଉ ଆଗକୁ କେରଳରେ ମଧ୍ୟ ନିଷ୍ଚିତରୂପେ ବିଜେପି ସରକରାର ଗଢ଼ିବାକୁ ଯାଉଥିବା କହିଛନ୍ତି ଅପରାଜିତା ଷଡ଼ଙ୍ଗୀ ।