No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ଦୀର୍ଘ ୪୦ ବର୍ଷ ତଳେ କଟକ ସଦର ଥାନା ଅନ୍ତର୍ଗତ ଶଙ୍ଖତ୍ରାସ ହାଇସ୍କୁଲରେ ଅଧ୍ୟୟନ କରି ସାରିଥିବା ୧୯୮୫ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ମାନେ ଗତକାଲି ରବିବାର ଦିନ ଏକ ବନ୍ଧୁମିଳନରେ ଏକତ୍ରିତ ହୋଇଥିଲେ ସେହି ପୁରାତନ ବିଦ୍ୟାଳୟରେ ।
ଛାତ୍ର ପ୍ରମୋଦ କୁମାର ରାଉତରାୟଙ୍କ ଆବାହକତ୍ୱରେ ସମସ୍ତ ଛାତ୍ରଛାତ୍ରୀ ଏକାଠି ହୋଇ ସେମାନଙ୍କର ପିଲାଦିନ କଥାକୁ ମନେ ପକେଇ ଜଣେ ସାଥୀ ନିଜ କଣ୍ଠସ୍ୱରରେ ଗାଉଥିଲେ ସାଥୀ ମୋର ପିଲାଦିନ । ଏହି ସଂଗୀତ ଶୁଣି ସମସ୍ତ ଛାତ୍ରଛାତ୍ରୀ ଭାବବିହ୍ୱଳରେ ମଜିଯାଇଥିଲେ ।
ଏହି ପୁରାତନ ଛାତ୍ରଛାତ୍ରୀ ଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମାଜ ସେବୀ ସୁଭେନ୍ଦୁ ମହାନ୍ତି ମୁଖ୍ୟ ଅତିଥି , ପ୍ରତାପ ମହାପାତ୍ର ମୁଖ୍ୟବକ୍ତା , ଶରତ ଚନ୍ଦ୍ର ମହାପାତ୍ର, ମନୋଜମହାନ୍ତି ସମ୍ମାନିତ ଆତିଥୀ ଭାବେ ଯୋଗ ଦେଇଥିଲେ । ଅତିଥି ମାନଙ୍କୁ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା ।
ଦୀର୍ଘ ଦିନ ବ୍ୟବଧାନରେ ଏକାଠି ହୋଇଥିବା ଛାତ୍ରଛାତ୍ରୀ ମାନେ ନାଚ ଗୀତରେ ସମିଳିତ ହେବା ସହିତ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିବା ସହିତ ଭୋଜିଭାତ ଖାଇ ଖୁସି ମନେଇଥିଲେ । ଏହି କାର୍ଯ୍ୟକ୍ରମରେ ସନ୍ତୋଷ ସାମନ୍ତରାୟ, ଅରବିନ୍ଦଜେନା, ବିଷ୍ଣୁ ଚରଣ ପ୍ରଧାନ ,
କାଳନ୍ଦୀ ସାହୁ ,ଗଜେନ୍ଦ୍ର ଜେନା ,ସଦାଶିବ ସାମନ୍ତରାୟ , କପିଳେନ୍ଦ୍ର ସେନାପତି ,ସୁଧାଂଶୁ ନାୟକ ,ସ୍ନିଗ୍ଧା ରାଉତ ,ବିଶ୍ୱମିତ୍ରା ମହାନ୍ତି, ବସନ୍ତ ମଞ୍ଜରୀ ପତି , ନୟନା ବେହେରା ,ଅମ୍ବିକା ଜେନା ,ମମତା ପରିଜା ,ସଚୀତା ନନ୍ଦ ଜେଜେଙ୍କ ସମେତ ୨୯୮୫ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।
No Result
View All Result