No Result
View All Result
ନୟାଗଡ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ରଣପୁର :- ରଣପୁର ବ୍ଲକ ରାଜସୁନାଖଳା ସରକାରୀ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ କଶୋରୀ ବାଳିକା ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଫାର୍ମାସି ଅଧିକାରୀ କିଶୋର କୁମାର ରାଉତରାୟ ,
ରାଜସୁନାଖଳା କଲେଜ ଅଧ୍ୟାପକ ଭାଗିରଥି ପାଢୀ ଓ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସୁପରଭାଜର ପ୍ରଭାକର ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇ କିଶୋରୀ ବାଳିକା ଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ । ୧୦ ରୁ ୧୯ ବୟସ ରେ ବାଳିକା ଙ୍କ କ୍ଷେତ୍ରରେ ଶାରିରିକ , ମାନସିକ ଓ ସାମାଜିକ କ୍ଷେତ୍ରରେ ଦ୍ରୁତ ପରିବର୍ତନ ଘଟିଥାଏ । ଏହି ବୟସ ରେ ଶରୀର ର ଗଠନ ରେ ପାର୍ଥକ୍ୟ ଜଣାପଡିଥାଏ ।
ଏପରିକି ଶରୀର ରୁ ହରମୋନ କ୍ଷରଣ କାରଣ ରୁ କୋମଳମତି ପିଲାମାନେ ବିଭିନ୍ନ ସମୟରେ ଭୁଲ ରାସ୍ତାରେ ପାଦ ଦେଇଥାନ୍ତି । ସେହିଭଳି ଋତୁସ୍ରାବ ସମୟରେ ଶରୀର ପ୍ରତି ସ୍ୱଚ୍ଛତା ଅବଲମ୍ବନ ନକଲେ କିଭଳି ଶରୀର ରେ ରୋଗ ହୋଇଥାଏ ସେ ସମ୍ପର୍କରେ ଅତିଥି ଶ୍ରୀ ଦାସ ନିଜ ବକ୍ତବ୍ୟରେ ସୁଚନା ଦେଇଥିଲେ ।
ଦୈନିକ ଯୋଗଭ୍ୟାସ କଲେ ଶରୀର ରୁ ଅନବଶ୍ୟକ ଆବର୍ଜନା ବାହାରି ଆସିଥାଏ ଫଳରେ କୌଣସି ରୋଗ ଶରୀର କୁ ଆକ୍ରମଣ କରେନି ବୋଲି ଅଧ୍ୟାପକ ଶ୍ରୀ ପାଢୀ ମତ ରଖିବା ସହ ଦୈନିକ କିଭଳି ସକାଳୁ ଯୋଗଭ୍ୟାସ କରିବା ଆବଶ୍ୟଋକ ଏକ ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ପରେ ଫାର୍ମାସି ଅଧିକାରୀ ଶ୍ରୀ ରାଉତରାୟ ଏହି ବୟସ ରେ କିଭଳି ସୁଷମ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ ସେ ସମ୍ପର୍କରେ ସୁଚନା ଦେଇଥିଲେ । ବରିଷ୍ଠ ଶିକ୍ଷୟତ୍ରୀ ମିନତୀ ସାହୁ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଲକ୍ଷ୍ମୀପ୍ରିୟା ରଣସିଂହ ଧନ୍ୟବୃାଦ ପ୍ରଦାନ କରିଥିଲେ । ଉକ୍ତ କାଯ୍ୟକ୍ରମ ରେ ଅନୁଷ୍ଠାନ ର ୨୦୦ ରୁ ଉର୍ଦ୍ଧ ଛାତ୍ରୀ ଓ ଛାତ୍ର ସମେତ କର୍ମଚାରୀ ଯୋଗ ଦେଇଥିଲେ ।
No Result
View All Result