
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ଶନିବାର ) ଭୁବନେଶ୍ୱର :– ପୁଣି କେନ୍ଦ୍ର କ୍ଷମତା ସ୍ଥଳୀରେ ଆଉ ଜଣେ ଓଡ଼ିଆ କ୍ୟାଡର ଆଇଏଏସଙ୍କ ଦବଦବା । ଓଡିଶା କ୍ୟାଡର ଆଇଏଏସ ଅଫିସର ଉଷା ପାଢ଼ୀଙ୍କୁ ମିଳିଲା ନୂଆ ଦାୟିତ୍ୱ । କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଉଷାଙ୍କୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ଭାବେ ଦାୟିତ୍ୱ ମିଳିଛି ।
ବଡ କଥା ଯେ ଏହି ସଂସ୍ଥାର ସର୍ବୋଚ୍ଚ ପଦବୀ ପାଇବାରେ ୩୩ ବର୍ଷ ମଧ୍ୟରେ ଉଷା ହେଉଛନ୍ତି ପ୍ରଥମ ମହିଳା । ଉଷାଙ୍କ ପୂର୍ବରୁ ଆଇପିଏସ ଅଫିସର ରାକେଶ ଅସ୍ଥାନା ଥିବାବେଳେ ତାଙ୍କୁ ସୀମା ସୁରକ୍ଷା ବଳର (ବିଏସଏଫ୍) ମହାନିର୍ଦେଶକ ଭାବେ ନିଯୁକ୍ତି ମିଳିଛି ।














