No Result
View All Result
ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନାଚୁଣୀ :- ଆଗାମୀ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ପ୍ରଣୟନ ହେଉଥିବା ପରିପ୍ରେକ୍ଷୀରେ ରାଜ୍ୟ ଗଣଶିକ୍ଷା ଵିଭାଗ ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ତିନି ବର୍ଷିୟା ଶିଶୁ ବାଟିକା ଶ୍ରେଣୀ ପାଇଁ ୩ଵର୍ଷ ଵୟସ ର ଶିଶୁ ନାମ ଲେଖିବେ ଏଵଂ ୬ବର୍ଷର ଶିଶୁ ୧ମ ଶ୍ରେଣୀ ରେ ଏପ୍ରିଲ ୨ ତାରିଖରେ ପ୍ରବେଶ ଉତ୍ସବ ରେ ନାମଲେଖା ପାଇଁ ଜୋରଦାର ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ନିମନ୍ତ୍ରଣ ପତ୍ର ଯୋଗ୍ୟ ଛାତ୍ରଛାତ୍ରୀ ମାନଙ୍କ ପିତା ମାତା ଓ ଅଭିଭାବକ ମାନଙ୍କ ପାଖକୁ ଧାର୍ଯ୍ୟ ତାରିଖ ମଧ୍ୟରେ ଶିକ୍ଷକ ମାନଙ୍କ ଦ୍ଵାରା ପହଞ୍ଚାଇବାକୁ ନିର୍ଦ୍ଦେଶ ହୋଇଛି ।
ଏହି କ୍ରମରେ ଚିଲିକା, ବାଣପୁର ବ୍ଲକ ର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ମାନେ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସ୍କୁଲ୍ ର ଫିଡର୍ ଗ୍ରାମ ବୁଲି ନିମନ୍ତ୍ରଣ ପତ୍ର ବଣ୍ଟନ କରିବା ସହ ଶିକ୍ଷାର୍ଥୀ ଯୋଗାଡ଼ କରୁଛନ୍ତି । ନାଚୁଣୀ ପଞ୍ଚାୟତ ଦୀନବନ୍ଧୁ ପୁର କ୍ଲଷ୍ଟର ଅଧୀନ କହ୍ନେଇ ପୁର ସରକାରୀ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବାସୁଦେବ ବାରିକ, ଜୀଵନ ଦେଇପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମଧୁସୂଦନ ସାହୁ,
ସୁନା ଖଳା ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦାମୋଦର ନାୟକ, ଵଡପଦର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯଦୁମଣି ଜେନା, ଗୋରଡାଝରି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଭାତ ସୁନ୍ଦରାୟ,ଲୋକିପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସୁବୁଦ୍ଧି, ଦୀନବନ୍ଧୁ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ମହାପାତ୍ର,ଗୋତପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ନିମନ୍ତ୍ରଣ ପତ୍ର ବଣ୍ଟନ ଅଭିଯାନରେ ସେମାନଙ୍କ ର ସହକର୍ମୀ ମାନଙ୍କୁ ନେଇ ସାମିଲ ହୋଇଥିଲେ ।
No Result
View All Result