No Result
View All Result
ନାଚୁଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ନାଚୁଣୀ ସ୍ଥିତ ଡିଏଭି, ଗୁରୁ କୁଳ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ଅନୁଷ୍ଠାନ ର ଅଧ୍ୟକ୍ଷା କଳ୍ପନା ଦାସ। ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ନାଚୁଣୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁ ଏବଂ ମୁଖ୍ୟ ବକ୍ତା ଭାବେ ଥିଲେ ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟ ଊ ଇଂରାଜୀ ଅଧ୍ୟାପକ ପ୍ରଶାନ୍ତ କୁମାର ଦାଶ । ସମ୍ମାନିତ ଅତିଥି ଭାବେ ଡିଏଭି, ଗୁରୁ କୁଳ, ବାଲୁଗାଁ ର ଅଧ୍ୟକ୍ଷ ରାମଚନ୍ଦ୍ର ଦାଶ ,
ବାଣପୁର ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ସେଠି , ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଙ୍ଗୀତଜ୍ଞ ଗୈ । ରାଙ୍ଗ ଚରଣ ମୁଦୁଲି ଙ୍କ ନିର୍ଦେଶନାରେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଏହାପରେ ଅଧ୍ୟକ୍ଷା ବାର୍ଷିକ ବିବରଣୀ ପଠନ କରିଥିଲେ । ମଞ୍ଚାସୀନ ଅତିଥି ମାନେ ବକ୍ତବ୍ୟ ଛଳରେ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟୟନ ଶୀଳ ହେବାକୁ ଏବଂ ଶିକ୍ଷକ ଶିକ୍ଷିକା ମାନଙ୍କୁ କର୍ତ୍ତବ୍ୟ ନିଷ୍ଠ ହୋଇ ଏହାକୁ ମହାନ୍ ଵ୍ରୃତ୍ତି ଭାବେ ଗ୍ରହଣ କରି ବାକୁ ଉଦ୍ ଵୋଧନ ଦେଇଥିଲେ।
ବିଭିନ୍ନ ପ୍ରତିଯୋଗିତା ର କ୍ରୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟ ର ପ୍ରତିଷ୍ଠାତା ସମ୍ପାଦକ ପୀତାମ୍ବର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କ ର ଚିତ୍ତାକର୍ଷକ ନ୍ରୃତ୍ୟ ପ୍ରଦର୍ଶିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତପନ କୁମାର ଶତପଥି,ସେହେନାଜ ପରବିନ୍, ପ୍ରେରଣା ପ୍ରିୟ ଦର୍ଶିନୀ,ସୁଜ୍ଞାନୀ ମହାପାତ୍ର,ସମୀରା ଵେଗମ୍ ପ୍ରମୁଖ ସହାୟତା କରିଥିଲେ ।

No Result
View All Result