No Result
View All Result
ଖୋର୍ଦ୍ଧା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ହଜ :- ରୀତିନୀତି ଅନୁସାରେ ଖୋର୍ଦ୍ଧା ଜିଲ୍ଲା ହଜ ଗ୍ରାମରେ ଐତିହାସିକ ସପ୍ତଦୋଳ ଆରମ୍ଭ ହୋଇଛି । ରାତିରୁ ବିରାଟ ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରୁ ଥାନାପତି ଙ୍କ ସମେତ ଅନ୍ୟ ଦେବଦେବୀ ମାନେ ସୁସଜ୍ଜିତ ବିମାନରେ ବିରାଟ ପଟୁଆରରେ ମେଲଣ ପଡ଼ିଆରେ ପହଞ୍ଚିବା ପରେ ପୂଜାର୍ଚ୍ଚନା ଶେଷ ହୋଇଛି। ଏହି ସମୟରେ ଲୋକମାନେ ବିଭିନ୍ନ ଆତସବାଜି ସହିତ ଘଣ୍ଟା ଘଣ୍ଟି , ମୃଦଙ୍ଗ, ହରିବୋଲ , ହୁଳ ହୁଳି ଧ୍ଵନୀ ମଧ୍ୟରେ ଠାକୁରମାନଙ୍କ ଆଗମନ ବେଶ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।
ମଧ୍ୟ ରାତିରେ ହଜ ସପ୍ତଦୋଳ ମେଳନ ପଡିଆକୁ ଥାନାପତି ମା ସିଦ୍ଧ ଖଣ୍ଡୁଆଲ, ଶ୍ରୀ ଶ୍ରୀ ନାଟେଶ୍ୱର ଦେବ ଓ ତାପରେ ରଘୁନାଥ ଦେବଙ୍କ ସମେତ ପ୍ରାୟେ ୩୦ ରୁ ଅଧିକ ଠାକୁରଙ୍କ ବିମାନ ଆସି ଆସ୍ଥାନ ରେ ବିରଜା ମାନ କରିଥିଲେ। ଏହି ଯାତ୍ରା ପଡ଼ିଆରେ ଯାତ୍ରା ପାର୍ଟି ଲୋକମାନଙ୍କ ମନୋରଞ୍ଜନ ପାଇଁ ୩ ଦିନ ପ୍ରଦର୍ଶିତ ହେବାକୁ ଥିବାବେଳେ ବିଭିନ୍ନ।
ଦୋକାନ ବଜାର ଲୋକମାନଙ୍କୁ ଆକୃଷ୍ଟ କରୁଛି।ଦୋଳ ପଡ଼ିଆରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା। ଭାଇଚାରା ସମ୍ପର୍କ ମଧ୍ୟରେ ଠାକୁର ଠାକୁରାଣୀଙ୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ଜଂକିଆ ଓ ସିକୋ ପୋଲିସ ମୁତୟନ ହୋଇଥିଲେ।

No Result
View All Result