No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ସର୍ବପୁରାତନ ସ୍କୁଲ ବରେନ୍ଦ୍ରକଷ୍ଣ ବିଦ୍ୟାପୀଠର ଶତବାର୍ଷିକ ଉତ୍ସବର ଉଦ୍ଯାପନ ଉତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ କମିଟିର ସଭାପତି ଭବାନୀ ପଣ୍ଡିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ଏହି ଉତ୍ସବ କିପରି ସରସ ସୁନ୍ଦର ହୋଇପାରିବ ତାହା ଉପରେ ମତାମତ ରଖିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଶତବାର୍ଷିକ ପାଳନ ଉପଲକ୍ଷେ ବିଭିନ୍ନ କମିଟି ଗଠନ କରିବା ସହ ତାହା କିପରି ସୂଚାରୁ ରୂପେ କାର୍ଯ୍ୟକରିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ।
ସ୍କୁଲ ପରିଚାଳନା କମିଟିର ସଭାପତି ଶ୍ରୀନିବାସ ବେହେରା, ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ମିଶ୍ର, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ପାଢୀ, କେଶବ ଚନ୍ଦ୍ର ବେହେରା, କାଉନସିଲର ସନାତନ ବେହେରା, ପଠାଣୀ ବେହେରା, ଉପନଗରପାଳ ସନ୍ତୋଷ କୁମାର ରଣା, ଶତବାର୍ଷିକ କମିଟିର ସମ୍ପାଦକ କୃତିବାସ ପଣ୍ଡା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶ୍ରୀ ଜ୍ୟୋତି ଷଡଙ୍ଗୀ, ମୋ ସ୍କୁଲ କମିଟିର ସଂପାଦକ ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର, ଶିକ୍ଷୟିତ୍ରୀ ନିବେଦିତା ଜେନା, ଶିକ୍ଷକ ସୁବ୍ରତ କୁମାର ଖଟୁଆ, ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା, ସାମ୍ବାଦିକ କାହ୍ନୁଚରଣ ବେହେରା, ଉତ୍କଳମନ୍ତ୍ରୀ, ପ୍ରତାପ ମହାପାତ୍ର, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦେଇ ଏହା କିପରି ଶାନ୍ତିଶୃଙ୍ଖଳାର ସହ ପାଳନ ହେବ ତାହା ଉପରେ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବିଭିନ୍ନ ଉପକମିଟି ଗଠନ କରାଯାଇ ଶତବାର୍ଷିକ ଉତ୍ସବ ଆଗାମୀ ଏପ୍ରିଲ୍ ମାସରେ କିପରି ସରସ ସୁନ୍ଦର ହୋଇପାରିବ ତାହା ଉପରେ ମତାମତ ରଖିଥିଲେ । ମୋ ସ୍କୁଲର ସଭ୍ୟ ସମରେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result