No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଭୂଗୋଳ ବିଭାଗ ଆନୁକୁଲ୍ୟରେ ବିଶ୍ୱଜଳ ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅରିଜିତ୍ ମିଶ୍ର ସଭାପତିତ୍ୱ କରିବା ସହିତ ବିଶ୍ୱ ଜଳଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରାଣୀବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଶଶିଭୂଷଣ ମହାପାତ୍ର ଯୋଗଦାନ କରି ଜଳକୁ କିପରି ସଂରକ୍ଷଣ କରାଯିବ ସେ ସଂପର୍କରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀମାନେ ଏ ଦିଗରେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ । ବିଭାଗର ଛାତ୍ରଛାତ୍ରୀମାନେ ଜଳସଂରକ୍ଷଣ ଓ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଶେଷରେ ଅଧ୍ୟାପକ ଅରିଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result