No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ବ୍ଲକ ଅନ୍ତର୍ଗତ ରତାଗଡ ଗ୍ରାମରେ ନିଆରା ଢ଼ଙ୍ଗରେ ଦୋଳଉତ୍ସବ ପାଳିତ ହୋଇଯାଇଛି । ସରଣ୍ଡା ଗଡର ମନ୍ତ୍ରୀ ତଥା ଆରଧ୍ୟ ଦେବତା ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ, ସଦାନନ୍ଦପୁର ଗ୍ରାମର ଶ୍ରୀଦଧିବାମନ ଜୀଉ, ନୂଆଗାଁ ଗ୍ରାମର ଶ୍ରୀଗୋପୀନାଥ ଜୀଉ ଓ ରତାଗଡ ଗ୍ରାମର ଶ୍ରୀ ରାଧାକୃଷ୍ଣ ଜୀଉ ଦୋଳବିମାନରେ ପାଟପଟୁଆର ସହିତ ଘଣ୍ଟ , କାହାଳୀ, ମୃଦଙ୍ଗ ,ବାଣ ଫୁଟାଇ ଗ୍ରାମ ପରିକ୍ରମା କରି ମେଲଣ ପଡିଆ ଠାରେ ପହଞ୍ôଚଥିଲେ ।
ଏଠାରେ ଜୀଉମାନଙ୍କୁ ଦେଖିବା ପାଇଁ ପ୍ରବଳ ଜନସମାବେଶ ହୋଇଥିଲା । ଏହି ଉତ୍ସବ ୩ଦିନ ବ୍ୟାପି ପ୍ରତିବର୍ଷ ପରି ଗ୍ରାମ୍ୟ କମିଟି ସହାୟତାରେ ଅନୁଷ୍ଠିତ ହୋଇଛି । କମିଟିର ସଭାପତି ମାନସ କୁମାର ମହାପାତ୍ର, ସଂପାଦକ ରତ୍ନାକର ରାଉତ ଓ ବିଭିନ୍ନ ଗ୍ରାମର ୪୫ଜଣ କମିଟି ସଦସ୍ୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥାନ୍ତି । ବିଶେଷ କରି ପ୍ରତିଦିନ ରଙ୍ଗାରଙ୍ଗ ନାଟ୍ୟ ପରିବେଷଣ ସହିତ ସୁସଜ୍ଜିତ ଆଲୋକମେଳାରେ ପରିବେଶକୁ ରଙ୍ଗୀନ୍ କରିଥାଏ । 
No Result
View All Result