No Result
View All Result
ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଦଶପଲ୍ଲା ଅବକାରୀ ପୋଲିସଅଧିକାରୀ ଭବାନୀ ବେହେରା ଏବଂ ଟିମ୍ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୮ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଦୁଇ ଜଣ ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଗିରଫ ମହିଳା ହେଉଛନ୍ତି ସ୍ଥାନୀୟ ଖମାରସାହି ପଞ୍ଚାୟତ ର ସୁବଳୟା ଗ୍ରାମର ତପୋଇ ଦାସ ଓ ମଧ୍ୟଖଣ୍ଡ ଗ୍ରାମର ସନ୍ଧ୍ୟା ସାହୁ ବୋଲି ଦଶପଲ୍ଲା ଅବକାରୀ ଥାନା ରୁ ଜଣାପଡିଛି । ଅବକାରୀ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ଚାଲିଥିବା ବେଳେ ଏହି ଦୁଇ ମହିଳା ଚୋରାରେ ଏହି ଦେଶୀ ମହୁଲି ମଦ ବିକ୍ରୟ କରୁଥିଲେ ।
ଏହି ଘଟଣାରେ ଅବକାରୀ ପୋଲିସ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇ ଉଭୟ ତପୋଇ ଓ ସନ୍ଧ୍ୟା କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ।
No Result
View All Result