No Result
View All Result
ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) :- ନିଆଳୀ ଅନ୍ତର୍ଗତ ଦ୍ୱିପାଞ୍ଚଳର କେନ୍ଦ୍ରବିନ୍ଦୁ କସର୍ଦାଠାରେ ଐତିହାସିକ ଦିପୋଟି ମେଳନ ଉପଲକ୍ଷେ ପଞ୍ଜାବ ଆଣ୍ଡ୍ ସିନ୍ଧ୍ ବ୍ୟାଙ୍କ ଏରଞ୍ଚ ଶାଖା ତରଫରୁ ଜଳଛତ୍ର ଆୟୋଜନ କରାଯାଇଥିଲା .ଦୂରଦୂରାନ୍ତରୁ ଆସିଥିବା ଶହ ଶହ ଶ୍ରଦ୍ଧାଳୁ ମାନଙ୍କୁ ସର୍ବତ ବଣ୍ଟନ କରିବା ସହ ବ୍ୟାଙ୍କ ର ସେବା ସଂପର୍କରେ ବୁଝାଇ ଲିଫଲେଟ ବଣ୍ଟାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପଞ୍ଜାବ ଆଣ୍ଡ ସିନ୍ଧ୍ ବ୍ୟାଙ୍କର ଏରଞ୍ଚ ଶାଖା ମ୍ୟାନେଜର ଶ୍ରୀଯୁକ୍ତ ଭି.ବିକ୍ରମ ହେମ୍ରମ ଉପସ୍ଥିତ ଥିଲାବେଳେ ନିଆଳୀ ବ୍ଲକ ଚେୟାରମ୍ୟାନ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ବେହେରା ଜଳଛତ୍ର କେନ୍ଦ୍ର ପରିଦର୍ଶନ କରିଥିଲେ.ବ୍ୟାଙ୍କ କର୍ମଚାରୀ ଶ୍ରୀଯୁକ୍ତ ପାର୍ଥସାରଥୀ ଶତପଥୀ , ଶ୍ରୀଯୁକ୍ତ ରମାକାନ୍ତ ମାଝୀ,ଶ୍ରୀଯୁକ୍ତ ପ୍ରମୋଦ ମହାପାତ୍ର ,ବୋତାଖାଲ ଜନସେବା କେନ୍ଦ୍ର ପରିଚାଳିକା ତଥା ବ୍ୟାଙ୍କ ସଂଯୋଜିକା ସଂଘମିତ୍ରା ସ୍ୱାଇଁ, ଶଢାଂଶ ବି.ସି ବେବିନା ଜେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
No Result
View All Result