No Result
View All Result
ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ବାଲୁଗାଁ ଅବକାରୀ ବିଭାଗ ଏବଂ ଖୋର୍ଦ୍ଧା ମୋବାଇଲ ସ୍କ୍ୱାର୍ଡ ମିଳିତ ଭାବେ ଶନିବାର ଚଢ଼ାଉ କରି ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଓଭର ବ୍ରିଜ ନିକଟରୁ ଏକ ଟାଟା ଏସି ଗାଡ଼ିରୁ ୩୩ବସ୍ତା ଗଞ୍ଜେଇ ଜବତ କରିଛନ୍ତି l ଜବତ ଗଞ୍ଜେଇର ମୂଲ୍ୟ ୯୩ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ଆକଳନରୁ ଜଣାପଡିଛି l ଏହି ଗଞ୍ଜେଇ ଗଞ୍ଜାମ ଜିଲ୍ଲା ମୋହନା ଅଞ୍ଚଳରୁ ପୁରୀ ଚାଲାଣ ହେଉଥିଲା ବୋଲି ତଦନ୍ତରୁ ଜଣାପଡିଛି l ଚାଲାଣରେ ସମ୍ପୃକ୍ତ ଟାଟା ଏସିର ନମ୍ବର ନକଲି ଥିବା ବେଳେ ଗାଡିକୁ ପାଇଲଟିଙ୍ଗ କରୁଥିବା ଅନ୍ୟ ଏକ ବାଇକକୁ ଜବତ କରାଯାଇଛି l ଗିରଫ ଦ୍ବୟ ହେଲେ ମୋହନା ଥାନା ଅଞ୍ଚଳର ଜିତୁ ନାୟକ ଏବଂ ଅନ୍ୟ ଜଣେ ନୟାଗଡ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳର ବସନ୍ତ ପାତ୍ର l
ବିଭାଗୀୟ ପକ୍ଷରୁ ୨୮୨/୨୫ ରେ ଏକ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି l ଖବର ନେବାରେ ଜଣାଯାଇଛି, ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ଏବଂ ମୋବାଇଲ ସ୍କ୍ୱାର୍ଡ ଏସ ଆଇ ସୁଜିତ କୁମାର ନାଗଙ୍କ ତତ୍ୱାବଧାନରେ ମିଳିତ ଟିମ ଶନିବାର ସକାଳେ ପାଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ମିଳିଲା ଯେ ଗଞ୍ଜାମ ଅଞ୍ଚଳରୁ ଏକ ଟାଟା ଏସି ଗାଡିରେ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହୋଇ ଆସୁଛି ଏବଂ ୫ କିମି ବ୍ୟବଧାନରେ ଏକ ବାଇକ ଉକ୍ତ ଗାଡିକୁ ପାଇଲଟିଙ୍ଗ କରି ନେଉଛି l ତଦନୁଯାୟୀ ୧୬ ନଂ ଜାତୀୟ ରାଜପଥର ବାଲୁଗାଁ ଠାରୁ ଟାଙ୍ଗୀ ମଧ୍ୟରେ ପାଟ୍ରୋଲିଂ ଟିମ ଛପି ରହିଥିଲେ l
ସକାଳ ପ୍ରାୟ ୮ ଘଟିକା ସମୟରେ ଚଣ୍ଡେଶ୍ୱର ନିକଟ ଓଭର ବ୍ରିଜଠାରେ ପ୍ରଥମେ ପାଇଲଟିଙ୍ଗ କରୁଥବା ବାଇକ ଓ ପରେ ଟାଟା ଏସି ଗାଡିକୁ ଅଟକାଇ ତଲାସିବାରେ ବାଇକ ଡ଼ିକିରୁ ଏକ ବ୍ୟାଗ ମଧ୍ୟରୁ ୫ କିଲୋ ଏବଂ ଟାଟା ଏସି ଗାଡ଼ିରେ ବୋଝେଇ ହୋଇଥିବା ୩୩ ଗୋଟି ବସ୍ତାରୁ ୮୮ କିଲୋ ମୋଟ ୯୩ କିଲୋ ଗଞ୍ଜେଇ ଜବତ କରାଯାଇଥିଲା l ଏହି ଚାଲାଣ ରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି l ଚଢ଼ାଉ ରେ ଅନୀଲ କୁମାର ପ୍ରଧାନ ଆଶିଷ ପ୍ରଧାନ, ସୁନିତା ମହାରଣା, ଜିତେନ୍ଦ୍ର ହେମ୍ରମ,ରଂଜିତ ପଟେଲ, ସ୍ୱପ୍ନାରାଣୀ ବେହେରା ପ୍ରମୁଖ ସାମିଲ ହୋଇଥିଲେ l
No Result
View All Result