ଲଗାଣ ବର୍ଷା ଯୋଗୁଁ ସମ୍ବଲପୁର ଜିଲ୍ଲାର ମା ଘଣ୍ଟେଶ୍ବରୀ ମନ୍ଦିର ଜଳମଗ୍ନ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ଶନିବାର ) ଭୁବନେଶ୍ୱର :– କିମ୍ବଦନ୍ତୀ : ପ୍ରାୟ ୪୫୦ ବର୍ଷ ତଳେ ମହାରାଷ୍ଟ୍ରର ନାଗପୁର ରାଜା ସମ୍ବଲପୁର ରାଜାଙ୍କ ସହିତ ମିଶି ମୃଗୟାକୁ ଏଠାରେ ଥିବା ଜଙ୍ଗଲକୁ ଆସିଥିଲେ, ହଠାତ୍ ସେହି ଜାଗାରେ ଗୋଟିଏ ବାଳକ ଏବଂ ବାଳିକା କେଉଁଆଡୁ ଉଭାହୋଇ/ଦୃଶ୍ୟମାନ ହୋଇ ଦୁଇ ରାଜାଙ୍କର ପଥରୋଧ କଲେ, ଆଗକୁ ବିପଦ ଅଛି ବୋଲି କହି, ରାଜଉଆସକୁ ଫେରି ଯିବାକୁ ଅନୁରୋଧ କଲେ ।
ଶେଷରେ ଦୁଇ କୋମଳମତି ଶିଶୁଙ୍କର କଥା ମାନି ଦୁଇ ରାଜା ଫେରିବା ବେଳକୁ ସେମାନଙ୍କ ପରିଚୟ ଜିଜ୍ଞାସା କଲେ, କାଲି ସକାଳେ ଏଠାକୁ ଆସିଲେ ସବୁ ଜାଣିପାରିବ କହି ସେଦୁହେଁ ଜଙ୍ଗଲ ଭିତରକୁ ଦୌଡି ପଳାଇଲେ, ଦୁଇ ଛୋଟପିଲାଙ୍କର ଜଙ୍ଗଲକୁ ଆସିବା ରାଜାଦ୍ୱୟଙ୍କୁ ରାଜ ଉଆସକୁ ଫେରିଯାଉଥିବା ବେଳେ ବିସ୍ମିତ କରୁଥିଲା ।
ରାତ୍ରିର ଶେଷ ପ୍ରହରରେ ସ୍ୱପ୍ନରେ ଉକ୍ତ ବାଳକ ଓ ବାଳିକା ଦ୍ୱୟ ଆସିଲେ, ସେମାନେ ହର ଓ ପାର୍ବତୀ ବୋଲି ପରିଚୟ ଦେଲେ ଭେଟହୋଇ ଥିବା ସ୍ଥାନରେ ଦେବଦେବୀଦ୍ୱୟ ରାଜାଙ୍କୁ ଅପେକ୍ଷା କରିଥିବେ ଆସନ୍ତାକାଲି ସକାଳେ ଆସିବା ପାଇଁ ଏବଂ ବଗବେରା ଗାଁର ନାୟକ ଓ ପାତ୍ରବଂଶକୁ ସେମାନଙ୍କର ଲାଳନପାଳନ ଦେବାକୁ କହିଲେ ।
ରାଜା ବ୍ରାହ୍ମ ମୁହୂର୍ତ୍ତରେ କିଛି ସୈନ୍ୟଙ୍କୁ ନେଇ ଉକ୍ତଜାଗାରେ ପହଞ୍ଚିଲେ, ବାଳକ ବାଳିକା ପରିବର୍ତ୍ତେ ନିର୍ଜୀବ ପଥର ମୂର୍ତ୍ତି ଦେଖିଲେ, ସେହିଦିନଠାରୁ ସେଇ ମହାନଦୀ କୂଳ ଓ ପାହାଡର ପାଦଦେଶରେ ହର ଓ ପାର୍ବତୀଙ୍କର ପୂଜା ବନବାସୀ ପଦ୍ଧତିରେ ଚାଲିଆସୁଛି । ରାଜାଙ୍କୁ ଦେବୀ ସତର୍କ ଘଣ୍ଟି ଦେଇଥିବାରୁ ଦେବୀଙ୍କର ଏପରି ନାମକରଣ ଘଣ୍ଟେଶ୍ୱରୀ ହୋଇଛି ଆଉ କେତେକ କହନ୍ତି-ଦେବୀ ଭକ୍ତମାନଙ୍କୁ ଘଣ୍ଟ ଗୋଡାଇ ରଖୁଥିବାରୁ ଏପରି ନାମକରଣ ହୋଇଛି ।




















