No Result
View All Result
ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ବାଲୁଗାଁ ବିଦ୍ୟୁତ ଉପଖଣ୍ଡ ଅନ୍ତର୍ଗତ ନାଚୁଣୀ ବିଦ୍ୟୁତ ସେକ୍ସନ ଅଧୀନ ସୁନାଖଳା ବଜାର ଛକରେ ପୋଖରୀ ହୁଡ଼ା ଓ ସୁନାଖଳା ଗମ୍ଭାରିମୁଣ୍ଡା ନିତିଦିନିଆ ଆର୍ ଡି ରାସ୍ତା ପାର୍ଶ୍ବରେ କାହିଁ କେଉଁ କାଳରୁ ରହି ଆସିଥିବା ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ଟି ପଥଚାରୀ ଓ ବୁଲା ଗାଈଗୋରୁ ମାନଙ୍କ ପାଇଁ ମରଣଯନ୍ତା ପାଲଟିଛି।ପ୍ରାୟ ପାଞ୍ଚ ଦଶକ ଧରି ସ୍ଥାନୀୟ ଵଜାର ଓ ଵସ୍ତିବାସୀଙ୍କ ପାଇଁ ସ୍ଥାପିତ ଏହି ଟ୍ରାନ୍ସଫର୍ମର ର ଚତୁର୍ପାଶ୍ବରେ ସୁରକ୍ଷା ପ୍ରାଚୀର ନ ଥିବାରୁ ବହୁ ବିଦ୍ୟୁତ ବିସର୍ଜନ ଜନିତ ଦୁର୍ଘଟଣା ଘଟି ଆସୁଥିବା ବେଳେ ବିଭାଗ କିମ୍ବା ଯୋଗାଣକାରୀ କମ୍ପାନୀ ଅଭିଯୋଗ କୁ ଅଣଦେଖା କରି ଆସୁଥିଲେ ।
ମାତ୍ର ୧୬ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ ଫଳରେ ଏହା ପାର୍ଶ୍ଵରେ ଥିବା ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ସଙ୍କୁଚିତ ହୋଇ ପ୍ରତ୍ୟହ ପଥଚାରୀ, ବାଇକ୍ ଆରୋହୀ,ଚାରି ଚକିଆ ଯାନ ଏବଂ ବିଶେଷ କରି ଏହା ର ୧୦ମିଟର ଦୂରରେ ରାଜପଥ ର ଅଣ୍ଡର ପାଶ୍ ତଳେ ଚବିଶି ଘଣ୍ଟା ଅବାଧ ବିଚରଣ କରୁଥିବା ଗାଈଗୋରୁ ମାନଙ୍କ ପାଇଁ ଦୁର୍ଘଟଣା ର କାରଣ ହୋଇଛି । ବର୍ଷା ସମୟରେ ଏହି ଦୁର୍ଘଟଣା ର ହାର ସର୍ବାଧିକ।
ଖୋଲା ଟ୍ରାନ୍ସଫର୍ମର ର ଉଭୟ ପାଶ୍ୱର୍ରେ ପେଟପାଟଣା ପାଇଁ ଅସ୍ଥାୟୀ ଦୋକାନଖୋଲିଥିବା ବ୍ୟକ୍ତି ମାନଙ୍କ ପାଇଁ ପ୍ରତିମୁହୂର୍ତ୍ତରେ ଉପରେ ଝୁଲୁଥିବା ତାରରେ ପ୍ରଵାହିତ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ସ୍ରୋତ ଡେମୋକ୍ଲିସ ର ଖଣ୍ଡା ପରି ବିପଦ ଝୁଲି ରହିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର କୁ ସ୍ଥାୟୀ ଆବଦ୍ଧ କରା ଯାଉନାହିଁ। ଯଥା ଶୀଘ୍ର ସମ୍ପ୍ରୃକ୍ତ ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ବିଦ୍ୟୁତ ହିତାଧିକାରୀ ତଥା ଜନ ସାଧାରଣଙ୍କ ପକ୍ଷରୁ ଦାବୀ ହେଉଛି।
No Result
View All Result