ନାଚୁଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ନାଚୁଣୀ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ +୩ ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସପ୍ତାହ ବ୍ୟାପୀ ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଆଜି ମହାବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଉଦ୍ ଘାଟନୀ ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁ ଅଧ୍ୟକ୍ଷତା କରିଥିଲେ। ସନ୍ ଯୋଜିକା ଅଧ୍ୟାପିକା ଶୁଭ୍ର ଜ୍ୟୋତ୍ସ୍ନା ଵିଶ୍ଵାଳ ଙ୍କ ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ ପରେ ପ୍ରାଧ୍ୟାପିକା ସଂଘମିତ୍ରା ପଟ୍ଟନାୟକ , ବରିଷ୍ଠ ଅଧ୍ୟାପିକା କଲ୍ୟାଣୀ ମହାନ୍ତି,

ପ୍ରଫେସର ଗୋଲୋକ ବିହାରୀ ବାରିକ, ସ୍ଵତନ୍ତ୍ର ଭାବେ ନିମନ୍ତ୍ରିତ ଅତିଥି ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଭିକାରୀ ଚରଣ ପ୍ରଧାନ ପ୍ରମୁଖ ଶିଵିରାର୍ଥିନୀ ମାନଙ୍କୁ ସାମ୍ପ୍ରତିକ ପରିପ୍ରେକ୍ଷୀରେ ପ୍ରତିକୂଳ ପରିସ୍ଥିତି ରେ ନିର୍ଭୀକତା ର ସହ ଆତ୍ମରକ୍ଷା କରିବାକୁ ପରାମର୍ଶ ପ୍ରଦାନ କରିଥିଲେ। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଆହ୍ଵାନ କୁ ସାକାର କରିବା ପାଇଁ ମହିଳା ଙ୍କ ର ଆତ୍ମ ବଳ  ଅଭ୍ୟୁଦୟ ର ଆବଶ୍ୟକତା ରହିଛି ଏବଂ ପୁରୁଷ ପ୍ରଧାନ ସମାଜରେ ସ୍ଵାଧୀନତା ର ପ୍ରାକ୍ କାଳରୁ ଏଯାବତ୍ ନାରୀ ସୁରକ୍ଷା ବଳୟର ବାହାରେ ରହିଥିବା ରୁ ଆତ୍ମ ସୁରକ୍ଷା ପାଇଁ ମହିଳା ମାନେ ସଶକ୍ତ ଓ ପ୍ରଶିକ୍ଷିତ ହେବା ପାଇଁ ସବୁ ସ୍ତରରେ ପ୍ରୟାସ ହେବା ଉଚିତ ବୋଲି ସର୍ବସମ୍ମତ ଅଭିମତ ପ୍ରକାଶ ପାଇଥିଲା ।

ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ପ୍ରଦୀପ କୁମାର ସାମନ୍ତସିଂହାର ,ପୂରାତନ ଛାତ୍ର ସଂସଦ ର ପ୍ରତିନିଧି ଅଧ୍ୟାପିକା ଚେତନା ଚର୍ଚ୍ଚିତା ଚମ୍ପତିରାୟ, ପ୍ରଶିକ୍ଷିକା ଅଧ୍ୟାପିକା ମିଲି ବେହେରା, ଛାତ୍ରୀ ପ୍ରତିନିଧି ଲକ୍ଷ୍ମୀ ପ୍ରିୟା ସାହୁ ଓ ପ୍ରୀତି ରାଜବଂଶୀ ପ୍ରମୁଖ ପରିଚାଳନା କରିଥିଲେ। ଅଧ୍ୟାପିକା ଲୀନା ନଦୀଜା ମଞ୍ଚାସୀନ ଅତିଥି ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।