No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଜିଲ୍ଲା ଅନ୍ତର୍ଗତ ସୁନ୍ଦରଗ୍ରାମସ୍ଥିତ ଦଧିଚି ସମୂହ ଶିକ୍ଷାନୁଷ୍ଠାନ ପରିସରରେ ଆୟୋଜିତ ଧର୍ମ ସଭାରେ ପୁରୀ ଗୋବର୍ଦ୍ଧନ ପୀଠର ଶ୍ରୀମଦ୍ ଜଗଦଗୁରୁ ସଙ୍କରାଚାର୍ଯ୍ୟ ପୂଜ୍ୟସ୍ଵାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ୍ ଜୀ ମୂଖ୍ୟ ପୁରୋଧା ଭାବରେ ଯୋଗଦାନ କରି ଦିବ୍ୟ ସନ୍ଦେଶ ମାଧ୍ଯମରେ କହିଛନ୍ତି କି, ରାଷ୍ଟ୍ରର ଉତ୍କର୍ଷ ପାଇଁ ମେଧା ସମ୍ଫର୍ଣ୍ଣ ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି । ସମାଜର ସବୁ ସ୍ତରରେ ମେଧାଶକ୍ତିର ବିକାଶ ଆବଶ୍ୟକ ।
ଆମେ ଆଜି ଲୌକିକ ଏବଂ ଭୌତିକ ଜୀବନଚର୍ଯ୍ୟା ମଧ୍ୟରେ ସନାତନ ଧର୍ମ ସଂସ୍କୃତି ଏବଂ ପରମ୍ପରାକୁ ପାଶୋରି ଦେଉଛେ। ସେଥି ପାଇଁ ରାଷ୍ଟ୍ରର ବିକାଶ ଉଚିତ ମାର୍ଗରେ ହେଉ ନାହିଁ। ଆଉ କହିଲେ କି ଗୋରକ୍ଷା ଏବଂ ଗୋସମ୍ଫଦର ସୁରକ୍ଷା ନିହାତି ଜରୁରୀ। ଛାତ୍ର ଛାତ୍ରୀମାନେ ଦେଶକୁ ଏବଂ ଧର୍ମକୁ ଭଲ ପାଇବା ଆବଶ୍ୟକ ବୋଲି ମଧ୍ଯ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷ ଡ, ମନୋଜ କୁମାର ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳ ଶ୍ରୀମତୀ ବବିତା ଦାଶ ନାରାୟଣ ପାଦୁକା ପୂଜନ କରିଥିଲେ ।
ଅନ୍ୟ ନିର୍ଦ୍ଦେଶକମାନେ ମଧ୍ଯ ମଞ୍ଚରେ ଥିବା ସନ୍ଥ ମହନ୍ତ ଅସୀମାନନ୍ଦ ଦାଶ, ବାୟା ବାବା, ବ୍ରହ୍ମଚାରୀ ସତ୍ୟଚୈତନ୍ୟ, ବ୍ରହ୍ମଚାରି ମାନସ ଚୈତନ୍ୟ ମାନଙ୍କୁ ମାଲ୍ୟାର୍ପଣ କରିଥିଲେ । ଜଗଦଗୁରୁ ସଙ୍କରାଚାର୍ଯ୍ୟ ମହାରାଜଙ୍କ ନିଜ ସଚିବ ସ୍ୱାମୀ ନିର୍ବିକଳ୍ପାନନ୍ଦ ସରସ୍ଵତୀ ବିରୁଜାବଳି ପାଠ କରିଥିବାବେଳେ ସମସ୍ତ କାର୍ଯ୍ୟକ୍ରମକୁ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ ।

No Result
View All Result