No Result
View All Result
୧୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ପରିବେଶ ସଂକ୍ରାନ୍ତରେ ଓ ଏହାର ବିଭିନ୍ନ ଆର୍ଥିକ ଦିଗ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଆଲୋଚନାଚକ୍ର ଭୁବନେଶ୍ୱରସ୍ଥ ବିଜେତ୍ରୀ ଫାଉଣ୍ଡେସନ୍, ବାଙ୍କୀ କଲେଜ ଆଲମୁନି ସଂଘ ଓ ଆଇ.କ୍ୟୁ.ଏସିର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟବକ୍ତା ଭାବେ ଜାତିସଂଘ ପରିବେଶ ସମନ୍ୱୟ ଜାପାନ ନୋଗୋର ସଦସ୍ୟ ଚୌଧୁରୀ ରୁଦର୍ର ଚରଣ ମହାନ୍ତି ଯୋଗଦାନ କରି ପରିବେଶ ସନ୍ତୁଳନ ଓ ଏହାର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି, ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା,
ଆଲମୁନି ଆସୋସିଏସନର ସଂପାଦକ ବୃନ୍ଦାବନ ପ୍ରଧାନ, ଡକ୍ଟର ଶଶିଭୂଷଣ ମହାପାତ୍ର, ଅଧ୍ୟାପକ ଅଦୈତ୍ୟ ପ୍ରଧାନ, ଡକ୍ଟର ଲୀନାରାଣୀ ପ୍ରଧାନ, ଅଧ୍ୟାପକ ବର୍ଷାରାଣୀ ଦିକ୍ଷୀତ ଓ ଅଧ୍ୟାପକ ନରେଶ କୁମାର ବେହେରା ଯୋଗଦାନ କରି କାର୍ଯ୍ୟକ୍ରମରେ ଭାଗନେଇଥିଲେ । ଶେଷରେ ବିଜେତ୍ରୀ ଫାଉଣ୍ଡେସନର ନିର୍ଦ୍ଦେଶକ ପ୍ରେମାନନ୍ଦ ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
No Result
View All Result