No Result
View All Result
୧୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ରାମନାଗୁଡା :- ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ରାଜ୍ୟରେ ପ୍ରଥମ ଥର ପାଇଁ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁଗୁଡୁବାଇ,ତୁମ୍ବାକଣା, ମଶାରୀଗୁଡ଼ା,ତୁମ୍ବିଗୁଡ଼ା ଆଦି ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିୟମ ଅନୁସାରେ ଯେଉଁ ଛାତ୍ର ଛାତ୍ରୀ ମାନେ ଚଳିତ ଶିକ୍ଷା ବର୍ଷରୁ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖା ପାଇଁ ନିର୍ଦ୍ଧାରିତ ହୋଇଛନ୍ତି ସେମାନଙ୍କ ଘରକୁ ଯାଇ ପୃଥକ ପୃଥକ ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,

ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ,ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ କରି ଚଳିତ ଶିକ୍ଷା ବର୍ଷର ଏପ୍ରିଲ ମାସ ଦୁଇ ତାରିଖ ଦିନ ବିଦ୍ୟାଳୟରେ ନାମଲେଖା କରିବା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟ ପରିଚାଳନା କମିଟି,ଅଙ୍ଗନବାଡି କର୍ମୀ ୱାର୍ଡ ସଭ୍ୟ ସଭ୍ୟା,ଗ୍ରାମବାସୀ ଏବଂ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ସହ ଉପଢୌକନ ପ୍ରଦାନ କରି ପାରମ୍ପରିକ ବାଦ୍ୟଯନ୍ତ୍ର ଏବଂ ପାରମ୍ପରିକ ନୃତ୍ୟ ପରିବେଷଣ କରି ବିଦ୍ୟାଳୟ କୁ ଗସ୍ତ କରିଥିବା ଅତିଥି ମାନଙ୍କୁ ଗ୍ରାମ ମଧ୍ୟକୁ ନିମନ୍ତ୍ରଣ କରାଯାଇଥିବା ବେଳେ
ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତି ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ବିଦ୍ୟାଳୟ କୁ ନିମନ୍ତ୍ରଣ ହୋଇଥିବା ଅଧିକାରୀ ମାନଙ୍କୁ ନେଇ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା।ଆସନ୍ତା ଏପ୍ରିଲ ୨ରେ ବିଦ୍ୟାଳୟ ସ୍ତରରେ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହେବ। ଏଥିସହ ଶିଶୁବାଟିକାର ମଧ୍ୟ ଶୁଭାରମ୍ଭ କରାଯିବା ତେଣୁ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଯୋଗ୍ୟ ବିବେଚିତ ପିଲାଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ସ୍ବାକ୍ଷରିତ ନିମନ୍ତ୍ରଣପତ୍ର ବଣ୍ଟନ କରାଯାଉଛି। ପ୍ରଥମ ଦିନରେ ରାମନାଗୁଡା ବ୍ଲକ ଅନ୍ତର୍ଗତ ଚାରୋଟି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ୪୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଅଭିଭାବକ ନିକଟରେ ନିମନ୍ତ୍ରଣପତ୍ର ଦିଆଯାଇଛି। ଆସନ୍ତା ୨୮ ତାରିଖ ସୁଦ୍ଧା ସମସ୍ତ ଯୋଗ୍ୟ ବିବେଚିତ ପିଲାଙ୍କ ପରିବାର ନିକଟରେ ପହଞ୍ଚିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମଲ୍ଲିକ କହିଛନ୍ତି। ଅନ୍ୟପକ୍ଷରେ ନାମଲେଖା ବୟସକୁ ନେଇ ବିବାଦ ସୃଷ୍ଟି ହେବା ପରେ ଗଣଶିକ୍ଷା ବିଭାଗ ‘ଏକ୍ସ’ ମାଧ୍ୟମରେ ନିଜର ପକ୍ଷ ରଖିଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ବିଭିନ୍ନ ଶିକ୍ଷାବିତ୍ ଓ ବିଶେଷଜ୍ଞମାନଙ୍କ ସହ ଆଲୋଚନା ପରେ ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ଶୈକ୍ଷିକ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦ରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ବୟସକୁ ୬ ବର୍ଷ କିମ୍ବା ତଦୁର୍ଦ୍ଧ ଧାର୍ଯ୍ୟ ହୋଇଥିବା ବିଭାଗ ପକ୍ଷରୁ ଅନୁଯାୟୀ ଆମ ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷାନୀତି ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ବୟସ ସୀମାକୁ ୬ ବର୍ଷ କିମ୍ବା ଅଧିକ ସ୍ଥିର କରାଯାଇଛି। ଏହାବ୍ୟତୀତ ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ଏହି ୬ ବର୍ଷ ବୟସ ପୂର୍ତି ସମୟସୀମାକୁ ମାର୍ଚ୍ଚ ୩୧ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି ବୋଲି ତହସିଲଦାର ଶ୍ରୀ ପାଣିଗ୍ରାହୀ କହିଛନ୍ତି।ଯେମିତି କି କୌଣସି ଶିଶୁ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ନ ହୁଅନ୍ତୁ ସେଥିପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ଏହି ପ୍ରୟାସ କୁ ଅବିଭାବକ ମହଲରେ ସାଧୁବାଦ ଜଣାଇଛନ୍ତି।
No Result
View All Result