No Result
View All Result
୧୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବୋଲଗଡ :- ବୋଲଗଡ ବ୍ଲକ ପିଚୁକୁଳି ଜାତୀୟ ରାଜପଥ ୫୭ ଆଦର୍ଶ ବିଦ୍ୟାଳୟ ନିକଟରେ ବୁଧବାର କାର ସହ ଯାତ୍ରୀବାହି ବସ ମୁହିଁମୁହିଁ ଧକ୍କା ହୋଇଥିଲା । ଏଥିରେ ୨ଜଣଙ୍କର ଘଟଣାସ୍ଥଳ ମୃତ ହୋଇଛି । ବସ ଥିବା ୫୦ଜଣ ଯାତ୍ରୀଙ୍କ ମଧ୍ୟରୁ ୩ଜଣ ଆହତ ହେଇଛନ୍ତି । ଘଟଣା ଅନୁଯାଇ ଆଜି ସକାଳ ୭ଟା ସମୟରେ ନୟାଗଡ଼ ଜିଲା ଇଟାମାଟି ଗ୍ରାମର ନୀଳମଣି ସାହୁ(୭୦) ନିଜ ପୈତୃକ ଘର କାର୍ଯ୍ୟ ସାରି ନିଜ ମାରୁତି ସେଲୁଲିୟର କାର (ଓଡି ୦୨ଏକେ ୪୩୩୪)ରେ ଭୁବନେଶ୍ୱର ଚକେଇସିଆଣୀ ସ୍ଥିତ ଘରକୁ ଫେରୁଥିଲେ ।

ତାଙ୍କ ପଛ ସିଟରେ ସେହି ଗ୍ରାମର ସମ୍ପର୍କୀୟ କାଞ୍ଚନବାଳା ମହାନ୍ତି (୫୦)ଭୁବନେଶ୍ୱର ଯାଉଥିଲେ । ୫୭ ନଂ ଜାତୀୟ ରାଜପଥ ପିଚୁକୁଳି ଗ୍ରାମସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟରେ ଅତ୍ୟାଧିକ କୁହୁଡି ପରିଲକ୍ଷିତ ହେଇଥିବା ନେଇ ଗାଡ଼ି ଚଳାଚଳ ସତର୍କ ସହ ଯାତାୟତ କରୁଥିଲା। ତେବେ ବିଶାଖା ନାମକ ଯାତ୍ରୀବାହି (ଓଡି୨୫ଏମ ୦୮୯୧)ବସ ଭୁବନେଶ୍ୱରରୁ ଫୁଲବାଣୀ ଯାତ୍ରୀଙ୍କୁ ନେଇ ଦୃତଗତି ଆସି ବିପରୀତ ଦିଗରୁ ଆସୁଥିବା କାରଟି ସହ ଧକ୍କା ଦେଇଥିଲା ।

ଫଳରେ କାର ସଂପୂର୍ଣ୍ଣ ଭାବେ ଚୁରମାର ହେବା ସହ ଉଭୟ ନୀଳମଣି ଓ କାଞ୍ଚନବାଳ ଚାପି ହୋଇ ରହି ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା । ବସଟି ମଧ୍ୟ ଏକ ଢ଼ାବା କାନ୍ଥରେ ମାଡ ହୋଇ ବିଲ ମଧ୍ୟ ଖସି ଯାଇଥିଲା । ସେଥିରେ ଥିବା ୩ଜଣ ମହିଳା ଯାତ୍ରୀ ଆହତ ହୋଇ ୧୦୮ ଗୋଗୀ ବୁହା ଯାନରେ ଚିକିତ୍ସା ପାଇଁ ଖୋର୍ଦ୍ଧା ନିଆଯାଇଥିଲା ।

ଖବର ପାଇ ଅଗ୍ନିଶମ ବାହିନୀ ପ୍ରାୟ ଏକ ଘଣ୍ଟା ବିଦ୍ୟୁତ୍ କଟର ମାଧ୍ୟମ କାରଟିକୁ କାଟି ମୃତକଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମିତ୍ତ ପଠାଇଥିଲେ । ସେଠାରେ ବେଗୁନିଆ ପୁଲିସ ପକ୍ଷରୁ ଏକ ମାମଲ ରୁଜୁ କରି ଉଭୟ ପରିବାରକୁ ଶବ ହସ୍ତାନ୍ତରିତ କରିଛି ।
No Result
View All Result