ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ଶନିବାର ) କଳାହାଣ୍ଡି :– ନର୍ଲା ବ୍ଲକ ଅନ୍ତର୍ଗତ ଭୀମକେଲା ଓ ଗିଗିନା ଗ୍ରାମପଞ୍ଚାୟତରେ ଥର୍ମାଲ ସ୍କ୍ରିନିଂ ଟେଷ୍ଟ ହୋଇଛି । ଭୀମକେଲା ପଞ୍ଚାୟତର ୮୯୭ ଘର ମଧ୍ୟରୁ ୩୭୦୫ ଜଣଙ୍କୁ ସ୍କ୍ରିନିଂ କରାଯାଇଥିଲା । ଏଥିରେ ୧୧ଜଣ ବ୍ୟକ୍ତିଙ୍କ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବାରୁ ୨୧ ଜଣଙ୍କ ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ଏଥିରେ ୨୦ ଜଣଙ୍କ କରୋନା ପରୀକ୍ଷା ନେଗେଟିଭ ଆସିଥିବା ବେଳେ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ସିଆରସିସି କିଶୋର ଚନ୍ଦ୍ର ଭୋଇ ପ୍ରକାଶ କରିଛନ୍ତି ।
ସେହିପରି ଗିଗିନା ଗ୍ରାମପଞ୍ଚାୟତରେ ୧୬୪୫ଟି ଘରର ପ୍ରାୟ ୫୬୯୫ ଜଣଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ୨ଜଣଙ୍କ ସାମାନ୍ୟ ଲକ୍ଷଣ କୁ ନେଇ ଆଣ୍ଟିଜେନ ଟେଷ୍ଟ କରାଯାଇଛି । ତେବେ ଦୁଇ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ସ୍ଵାସ୍ଥ୍ୟ କର୍ମୀ ଜିତେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି । ସମସ୍ତ କାର୍ଯ୍ୟକ୍ରମରେ ନର୍ଲା ବିଡ଼ିଓ ବ୍ୟାସଦେବ ବେହେରା,ଏବିଇଓ ମହେଶ ପ୍ରସାଦ ଚାନ୍ଦ,ସିଆରସିସି କିଶୋର ଚନ୍ଦ୍ର ଭୋଇ, ଫକିର ମହାନନ୍ଦ , ସ୍ଵାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ ଓ ସ୍ଵେଚ୍ଛାସେବୀଙ୍କ ଦ୍ଵାରା ଟେଷ୍ଟ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ( ରିପୋର୍ଟ ପ୍ରଦୀପ କୁମାର ଗଉଡ)
















