No Result
View All Result
୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଫୁଲବାଣୀ :- କନ୍ଧମାଳ ଆରକ୍ଷୀ ଅଧିକ୍ଷକ ହରିଶ ବିସି ଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୋଲିସ୍ ପକ୍ଷରୁ, ଫୁଲବାଣୀ ଆଦର୍ଶ ଥାନା ରେ ଏକ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଏସପି ହରିଶ୍ ବି.ସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ।ସଂମ୍ମାନିତ ଅତିଥି ରୂପେ ଡିଏସପି ମାନସ ରଞ୍ଜନ ବାରିକ୍,
ଏସଡିପିଓ ଶୁଭ୍ରଜିତ୍ ବିଶ୍ଵାଳ,ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟାପିକା ଡ. ଅଭିପ୍ସା ବଳ, ଆଦର୍ଶ ଥାନା ଅଧିକାରୀ ସ୍ବରୁପ କିଶାନ୍, ରିଜର୍ଭ ଇନ୍ସପେକ୍ଟର ବିରସିଂ ଶବର,ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡ. ଜୟଦୀପ ଘୋଷ ଏବଂ ଫୁଲବାଣୀ ରକ୍ତଦାନ ସମିତି ସହସମ୍ପାଦକ ତଥା ବରିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା, ଟିମହ୍ଯୁମାନିଟି ର ଆବାହକ ଭି. ଲୋକନାଥ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ।
ରକ୍ତ ସଂଗ୍ରହ କାର୍ଯ୍ୟ ରକ୍ତ ଭଣ୍ଡାର ର ଦିନକୃଷ୍ଣ ମହନ୍ତ,ଅର୍ଚ୍ଚନା ପ୍ରଧାନ,ସାକେତରାନି ନାୟକ,ପ୍ରଶାନ୍ତ କୁମାର ରତ୍ନାଲୁ ଏବଂ ବରୁଣ ବେହେରା ପ୍ରମୁଖ ସମ୍ପାଦନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଫୁଲବଣୀ ଆଇଟିଆଇ, ପଲିଟେକନିକ୍ କଲେଜ, ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟର NCC, ରେଡକ୍ରସ୍, ବିଇଡି କଲେଜ,
ପୋଲିସ ବାହିନୀ ଏବଂ ହୋମଗାର୍ଡ ର କର୍ମଚାରୀ ମାନେ ବହୁ ସଂଖ୍ୟାରେ ଆସି ରକ୍ତଦାନ କରିଥିଲେ। ଶିବିରରେ ଫୁଲବାଣୀ ଟିମ ହ୍ୟୁମାନିଟି ଏବଂ ଫୁଲବାଣୀ ମିତ୍ରା ଫାଉଣ୍ଡେସନ, ଫୁଲବାଣୀ ପୌରପରିଷଦ ର ୱାର୍ଡ ମେମ୍ବର ମାନେ ରକ୍ତଦାନ କରିବା ସହ ଶିବିର ଆୟୋଜନ ରେ ସମ୍ପୁର୍ଣ ଭାବେ ସହାୟତା କରିଥିଲେ।
ଫୁଲବାଣୀ ଆଦର୍ଶ ଥାନାର ଏସଆଇ ସରୋଜ କୁମାର ସାହୁ,ମନରଞ୍ଜନ ଭୋଈ ଏବଂ ଅନ୍ୟ କର୍ମଚାରୀମାନଙ୍କ ସହଯୋଗରେ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତ ଦାନ ଶିବିର ରେ ସମୁଦାୟ ୧୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।
No Result
View All Result