No Result
View All Result
୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଜଗତସିଂହପୁର :- ନୀଳମଣି ସାହୁ ଥିଲେ ଜଣେ ନିର୍ଭିକ ସାମ୍ବାଦିକ l ପ୍ରଜାତନ୍ତ୍ର ପୃଷ୍ଠାରେ ପ୍ରକାଶିତ ତାଙ୍କର ସମ୍ବାଦ ଶାସକ ଓ ପ୍ରଶାସକ ମହଲରେ ବେଶ ଆଲୋଡନ ସୃଷ୍ଟି କରୁଥିଲା l ସତ୍ୟ, ତଥ୍ୟ ଓ ଦୁରଦୃଷ୍ଟି ଭିତିକ ସମ୍ବାଦ ପରିବେଷଣ କରି ସେ ଚର୍ଚ୍ଚିତ ହେଉଥିଲେ l ତାଙ୍କପରି ସାମ୍ବାଦିକ ଏବେ ବିରଳ l ଏକ ଧାରାରେ ସେ ସାମ୍ବାଦିକ, ସାହିତ୍ୟିକ ଓ କବି ଏବଂ ଫିଚର ଲେଖକ ଭାବେ ପ୍ରସିଦ୍ଧି ଅର୍ଜନ କରିଥିଲେ ବୋଲି ସୋମବାର ତାଙ୍କ ସ୍ମୃତି ସଭାରେ ଯୋଗଦେଇ ବକ୍ତା ମାନେ ମତ୍ତ ପ୍ରକାଶ କରିଛନ୍ତି l
ଆଷାଢ଼ ସାହିତ୍ୟ ସଂସଦ ଦଳାଇଘାଇ, ମହାବୀର ଲାଇବ୍ରେରୀ ମଧ୍ୟଶାସନ, ସମ୍ବାଦ ସାହିତ୍ୟଘର ବିରିଡି ଓ ପ୍ରତିଭା ଅନ୍ବେଷଣ ମଧ୍ୟଶାସନ ମିଳିତ ଆନୁକୂଲ୍ୟରେ ତାଙ୍କ ଦ୍ୱାଦଶାହ ଅବସରରେ ନୂଆଗାଁ ସ୍ଥିତ ତାଙ୍କ ବାସଭବନ ରେ ଅନୁଷ୍ଠିତ ସ୍ମୃତି ସଭାରେ ଗୀତିକବି ବାମଦେବ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ l ସଂସଦର ସଭାପତି କବି ପିତାମ୍ବର ମହାପାତ୍ରଙ୍କ ସଂଚାଳନାରେ ଧ୍ୟାନକୁଦ ପୀଠର ପିଠା ଧିଶ ବାବା ଅରକ୍ଷିତ ଦାସ ମହାରାଜ ମୁଖ୍ୟ ଅତିଥି, ଙ୍କ ସହ ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲା ବିଜେଡି ସଭାପତି ରବିନାରାୟଣ ଜେନା,
ପବିତ୍ର ପଶାୟତ, ମଧୁ ସୁଦନ ସାହୁ, ବିଭୁଦତ୍ତ ସାହୁ, ମୀର ଆଜମୀର ଅଲ୍ଲୀ, ଅକ୍ଷୟ କୁମାର ଭୂୟାଁ, ତୃପ୍ତି ରଞ୍ଜନ ରାୟ, କଳିଙ୍ଗ ପେସାଦାର ସାମ୍ବାଦିକ ସଂଘର ରାଜ୍ୟ ସଭାପତି ମନୋଜ ଦାସ, ଶିକ୍ଷା ଗୁରୁ ଉତ୍ତମ କୁମାର ଦାଶ, ଅକ୍ଷୟ କୁମାର ବ୍ରହ୍ମା, ଧୀରେନ୍ଦ୍ର ସ୍ୱାଇଁ, ଗଣେଶ୍ୱର ସାହୁ, ଉମାକାନ୍ତ ରଥ, ସୂର୍ଯ୍ୟମଣୀ ଶତପଥୀ, ଡ଼ଃ ବିରନାରାୟଣ ପାତ୍ର, ଅଧ୍ୟାପକ ବିଶ୍ୱରଂଜନ ଦାଶ, ବିଭୁ ପ୍ରସାଦ ଦାଶ, କବି ପ୍ରତାପ ବେହେରା, ଜଗନାଥ ରାଉତ, ନିହାର ରଞ୍ଜନ ମହାନ୍ତି, ଦିବାକର ସାହୁ, ଖଗେଶ୍ୱର ମହାରଣା, କମ୍ରେଡ ନାରାୟଣ ଭୋଳ, କବି ପ୍ରତାପ ଚନ୍ଦ୍ର ମହାପାତ୍ର ପ୍ରମୁଖ ବରେଣ୍ୟ ଅତିଥି ମାନେ ଯୋଗ ଦେଇ ସ୍ବର୍ଗତ ସାହୁ ଙ୍କ ଜୀବନା ଦର୍ଶନ ଉପରେ ଆଲୋକ ପାତ କରିଥିଲେ l ଝିଅ ଜ୍ୟୋତି ଶ୍ରୀ ସାହୁ ଧନ୍ୟ ବାଦ ଦେଇଥିଲେ l
No Result
View All Result