No Result
View All Result
୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପଡିଆ :- ପଡିଆ ବ୍ଲକରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆଜି ବ୍ଲକ ସମ୍ମିଳନୀ କକ୍ଷରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇ ପଡିଆ ବ୍ଲକର ଆଠଗୋଟି ପଞ୍ଚାୟତରୁ ଆସିଥିବା ଲୋକଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରାଯାଇଛି । ମାଲକାନଗିରି ଜିଲ୍ଲାପାଳ ଆଶିଶ ଇଶ୍ୱର ପାଟିଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଡ୍ରେନ୍ ନିର୍ମାଣ ଓ ଯୋଗାଯୋଗ ସମ୍ବନ୍ଧୀୟ ଅଭିଯୋଗ ଗୁଡିକର ଶୁଣାଣୀ କରାଯାଇଥିଲା ।
ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ ୩୯ ଗୋଟି ଅଭିଯୋଗର ଜିଲ୍ଲାପାଳ ଶୁଣାଣି କରିଛନ୍ତି। ମୁଖ୍ୟତଃ ପଡିଆ ବ୍ଲକରେ ବିଭିନ୍ନ ଚାଷୀ ନିଜ ଚାଷ ଜମିରେ ବୋରୱେଲ ଖନନ ପାଇଁ ୨୦ ହଜାର ଟଙ୍କା ଜମା କରିବାର ଦିର୍ଘ ସମୟ ବିତିଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ବୋରୱେଲ ଖନନ କରାଯାଇ ନଥିବା ନେଇ ଅଭିଯୋଗ କରାଯାଇଥିଲା । ଏଥିସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯିବା ପରେ ଠିକାଦାର ମାନେ ବିଲ ପାଇ ନଥିବା ନେଇ ମଧ୍ଯ ଲିଖିତ ଭାବେ ଜଣାଇଥିଲେ। ଏହି ପରି ବିଭିନ୍ନ ସମସ୍ୟା ବାବଦରେ ଲୋକେ ଅଭିଯୋଗ କରିଥିବା ବେଳେ
ଜିଲ୍ଲାପାଳ ଏହି ଅଭିଯୋଗ ଗୁଡିକୁ ଶୁଣିବା ସହ ଜିଲ୍ଲାପାଳ ଶ୍ରୀ ପାଟିଲ ତୁରନ୍ତ ଏ ଦିଗରେ ପଦେକ୍ଷପ ଗ୍ରହଣ କରିବାକୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ଏସପି ବିନୋଦ ପାଟିଲ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ପଡିଆ ବ୍ଲକ ଅଧ୍ୟକ୍ଷା ଯମୁନା ମୂଷାକୀ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ପଡିଆ ବ୍ଲକର ବିଭିନ୍ନ ଅଞ୍ଚଳର ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
No Result
View All Result