No Result
View All Result
ବିଲୁପ୍ତ ଲୋକକଳାକୁ ଉଜ୍ଜୀବିତ କରିବା ପାଇଁ ଯୁବପିଢୀ ପ୍ରୟାସ କରିବା ଉଚିତ
୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବେଗୁନିଆ :- ବେଗୁନିଆ ବ୍ଲକ ପଙ୍ଗାରସିଂହ ପଂଚାୟତ ଅନ୍ତର୍ଗତ ଭୋଗଡ଼ା ଗ୍ରାମ ସ୍ଥିତ ତଳସାହିରେ ୨୨ ତମ ରାଜ୍ୟ ସ୍ତରୀୟ ଓଡ଼ିଶୀ ସଙ୍କୀର୍ତ୍ତନ ଉତ୍ସବ ଉଦଯାପିତ ଅବସରରେ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଅନୁଷ୍ଠାନର ସଦସ୍ୟ ଯୁଗଳ କିଶୋର ପ୍ରଧାନଙ୍କ ଅଧ୍ୟକ୍ଷତା ଓ ଶିକ୍ଷାବିତ ବାଙ୍କନିଧି ବାରିକଙ୍କ ସଂଯୋଜନାରେ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟଅତିଥି,
ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ମୁଖ୍ୟବକ୍ତା, ଓଡ଼ିଶୀ ସଙ୍କୀର୍ତ୍ତନର କାର୍ଯ୍ୟକାରୀ ସଭାପତି ତଥା ସ୍ଥାନୀୟ ସରପଂଚ ଲାବଣ୍ୟ ଜୟସିଂହ ଓ ସମାଜସେବୀ ଯୋଗେଶ୍ୱର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଲୁପ୍ତ ହୋଇ ଯାଉଥିବା ଲୋକକଳାକୁ ଉଜ୍ଜୀବିତ କରିବା ପାଇଁ ନୂତନ ପିଢ଼ିର ଯୁବକ ମାନେ ପ୍ରୟାସ କରିବା ଉଚିତ୍ ବୋଲି ମତ ପ୍ରକାଶ କରିବା ସହ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା ।
ସଭାର ପ୍ରାରମ୍ଭରେ ସାମ୍ବାଦିକ ଗଣେଶ୍ୱର ମହାପାତ୍ର ଅତିଥି ପରିଚୟ ଦେଇ ଥିବା ବେଳେ କୃଷ୍ଣ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବୋଲଗଡ ବାବା ବାଲୁଙ୍କେଶ୍ୱର ଦେବ ନାଟ୍ୟ ସଂସଦ ପକ୍ଷରୁ କାଳିୟ ଦଳନ ପୌରାଣିକ ନାଟକ ପରିବେଷଣ ହୋଇଥିଲା।
No Result
View All Result