No Result
View All Result
୧୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଣପୁର :- ବାଣପୁର ବ୍ଲକ ଅନ୍ତର୍ଗତ କୁଲେଇ ଗ୍ରାମ ପଞ୍ଚାୟତ ଅଧୀନ ବୁଲେଇ ସେବା ସମବାୟ ସମିତି ର ପ୍ରାକ୍ତନ ସମ୍ପାଦକ ପଠାଣି ବଳିୟାର ସିଂହ ଙ୍କ ର ପରଲୋକ ଘଟିଯାଇଛି।ସେ କିଛି ଦିନ ଧରି ମଧୁମେହ ରୋଗର ଶିକାର ହୋଇ ଶଯ୍ୟା ଶାୟୀ ଥିଲେ। ମାତ୍ର ଆକସ୍ମିକ ଭାବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଦ୍ରୃତ ଅବନତି ଘଟିବାରୁ ତାଙ୍କର ଦେହାନ୍ତ ହୋଇଯାଇଛି।
ସ୍ଵର୍ଗତ ବଳିୟାର ସିଂହ ଦୀର୍ଘ ବର୍ଷ ଧରି ସମବାୟ ସମିତି ର ସମ୍ପାଦକ ଦାୟିତ୍ବ ନିର୍ବାହ କରିବା ପରେ ସ୍ଵାସ୍ଥ୍ୟ ସମସ୍ୟା କାରଣରୁ କାର୍ଯ୍ୟରୁ ଅବ୍ୟାହତି ନେଇ ନାଚୁଣୀ ରେ ଅବସ୍ଥାନ କରୁଥିଲେ। ତାଙ୍କର ପତ୍ନୀ ମୀନା ରାଣୀ ବଳିୟାର ସିଂହ କୁଲେଇ ଗ୍ରାମ ପଞ୍ଚାୟତ ର ପୂର୍ଵତନ ସରପଞ୍ଚ ମଧ୍ୟ ଥିଲେ। ତାଙ୍କର ବିୟୋଗରେ ଶ୍ରଦ୍ଧାଳୁ ମାନଙ୍କ ମହଲରେ ଶୋକର ଲହରୀ ଖେଳି ଯାଇଛି।
No Result
View All Result