No Result
View All Result
୧୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ନିଜ ବନ୍ଧୁକରୁ ଗୋଳି ଫୁଟି ଶିକାରୀଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୋହନା ଥାନା ଅନ୍ତର୍ଗତ କୁଙ୍କୁଣୀ ପଦାସାହି ଗାଁ ନିକଟରେ । ମୃତକ ଜଣକ ରାୟଗଡ଼ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର ଭୂୟାଁ । ଗତଦୁଇ ମାସ ହେବ କୁଙ୍କୁଣି ପଦା ସାହି ଗାଁରେ ରହି ଖଜୁରୀ ତାଡ଼ି ସଂଗ୍ରହ କରି ବିକ୍ରି କରୁଥିଲେ ।
ଶୁକ୍ରବାର ସାରେ ମୃତ ହରିଶ୍ଚନ୍ଦ୍ର ଓ ଗାଁର କିଛି ଲୋକ ଜଙ୍ଗଲକୁ ଦେଶୀ ବନ୍ଧୁକ ନ଼େଇ ଶିକାର କରିବାକୁ ଯାଇଥିବା ବେଳେ ଗୋଳି ଫୁଟି ହରିଶ୍ଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି । ପାହାଡ଼ ତଳେ ମୃତ ଶରୀର ପଡ଼ିଥିବା ବେଳେ ଘଟଣାସ୍ଥଳରେ ଦେଶୀ ବନ୍ଧୁକ ଓ ଗୁଳି ବାରୁଦ ପଡ଼ି ରହିଛି । ତେବେ ନିଜ ଗୁଳି ଫୁଟି ହରିଚନ୍ଦ୍ରଙ୍କ ମୃତ୍ୟୁଘଟିଛି, କି ଅନ୍ୟ କିଛି ରହସ୍ୟ ରହିଛି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ଭିଣୋଇ ଓ ଗାଁ ର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚାର ଉଚରା କରୁଛି ।
No Result
View All Result