
ଓଡ଼ିଶା ତାଜା ନିୟୁଜ୍ (୨୯ ଅଗଷ୍ଟ ଶନିବାର ) ଭୁବନେଶ୍ୱର :– ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରୀପାଠୀ କହିଛନ୍ତି ଯେ ଆସନ୍ତା ସେପ୍ଟେମ୍ଵର ୧ ରୁ ୬ ତାରିଖ ପର୍ଯ୍ୟନ୍ତ ‘ଜେଇଇ ମେନ୍’ ଏବଂ ସେପ୍ଟେମ୍ଵର ୧୩ ତାରିଖରେ ହେବାକୁ ଥିବା ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା ‘ନିଟ୍’ରେ ରାଜ୍ୟର ଛାତ୍ରଛାତ୍ରୀ ମାନେ କିଭଳି ସୁରୁଖୁରୁରେ ପରୀକ୍ଷା ଦେଇ ପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
1. ଜେଇଇ ମେନ୍ରେ ୭ଟି ସହରର ୨୬ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୩୭ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । କୋଭିଡ୍ ମହାମାରୀ ପରିସ୍ଥିତିରେ ୩୦ ଅଗଷ୍ଟରୁ ସେେ ପଫଞ୍ଚର ୭ ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ମାନଙ୍କ ଯାତାୟତ ଉପରେ କୌଣସି କଟକଣା ରହିବ ନାହିଁ । 2. ସୂଚନା ଓ ଲୋକସଂପର୍କ ବିଭାଗ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ କହିଛନ୍ତି ଯେ , ଆବଶ୍ୟକ ସ୍ଥଳେ ଛାତ୍ରଛାତ୍ରୀଙ୍କୁ ବିନା ଦେୟରେ ରହଣି ଓ ପରିବହନ ଯୋଗାଇ ଦିଆଯିବ । ଏଥି ପାଇଁ ପ୍ରତି ଜିଲ୍ଲାରେ ଚୟନ କରାଯାଇଥିବା ଆଇଟିଆଇଗୁଡ଼ିକ ନୋଡାଲ୍ ସେଣ୍ଟର ଭାବେ ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ଅଧିକାରୀ ମାନଙ୍କ ସହିତ ଯୋଗାଯୋଗରେ ରହିବେ ।
ପ୍ରତିଯୋଗୀ ମାନଙ୍କର ଭ୍ରମଣ ଓ ରହଣି ଆବଶ୍ୟକତା ସଂପର୍କରେ ଏହି ନୋଡାଲ ସେଣ୍ଟର ସହ ଯୋଗାଯୋଗ କରାଯାଇ ପାରିବ ବିଭିନ୍ନ ସ୍ଥାନରେ ରହିଥିବା ଇଂଜିନିୟରିଂ କଲେଜ ଛାତ୍ରାବାସ ଗୁଡ଼ିକ ପରୀକ୍ଷାର୍ଥୀମାନଙ୍କୁ ବିନା ମୂଲ୍ୟରେ ରହଣି ଯୋଗାଇଦେବ । 3. ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମାନଙ୍କୁ ପରୀକ୍ଷାର୍ଥୀମାନଙ୍କ ସହ ସେମାନଙ୍କ ସହଯୋଗୀଙ୍କୁ ଯାତାୟତ ସୁବିଧା ଯୋଗାଇଦେବା, ଆଇନଶୃଙ୍ଖଳା ରକ୍ଷା କରିବା ଓ ପରୀକ୍ଷା କେନ୍ଦ୍ରରେ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ପାଳନ କରିବା ଉ ପରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।














