No Result
View All Result
୧୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ରବିବାର ସକାଳୁ ସକାଳୁ ରାସ୍ତା କଡରେ ଅଜଣା ଯୁବକଙ୍କର ମୃତଦେହ ଠାବ ହୋଇଛି l ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର -ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବାରନାଳୀ ଠାରେ l ଆଜି ସକାଳୁ ଅଂଚଳର କିଛି ସ୍ଥାନୀୟ ଯୁବକ ସେଠାକୁ ଗାଧୋଇବା ପାଇଁ ସେଠାକୁ ଯାଇଥିବା ବେଳେ ହଟାତ ସେହି ସ୍ଥାନରୁ ପଚା ଦୁର୍ଗନ୍ଧ ବାହାରିଥିଲା l
ସ୍ଥାନୀୟ ଲୋକେ ଅର୍ଦ୍ଧ ଶରୀରକୁ ଦେଖି ଭୟଭୀତ ହୋଇ ଆର – ଉଦୟଗିରି ପୋଲିସକୁ ସୂଚନା ଦେଇଥିଲେ l ଘଟଣା ସ୍ଥଳରେ ଆର -ଉଦୟଗିରି ପୋଲିସ ଓ ଆର -ଉଦୟଗିରି ତହସିଲଦାର ପହଞ୍ଚି ତଦନ୍ତ ଚଳାଇଛନ୍ତି l ତେବେ ଘଟଣା ସମ୍ପର୍କରେ ପୋଲିସ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି l

No Result
View All Result