No Result
View All Result
୧୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା :- ଗୀତା ଭବନ ପରିସରରେ ଖୋର୍ଦ୍ଧା ଜିଲ୍ଲା ଗାଁ ସାଥି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ରାଜ୍ୟ ସଙ୍ଘ ର ସଂଗଠକ ତଥା ଜିଲ୍ଲା ଆବାହକ ଧଡୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ରାଜ୍ୟ ସଙ୍ଘ ର ସଭାପତି ଲଷ୍ମୀଧର ବିଶ୍ୱାଳ ଯୋଗଦେଇ ଉପସ୍ଥିତ ଖୋର୍ଦ୍ଧା ଜିଲ୍ଲାର ୧୦ ଟି ବ୍ଲକର ୨୦୦ ରୁ ଉର୍ଦ୍ଧ୍ବ ଗାଁ ସାଥି ଭାଇ,ଭଉଣୀ ମାନଙ୍କୁ ସଂଗ୍ରାମୀ ଅଭିଭାଷଣ ପ୍ରଦାନ କରିଥିଲେ।ବିଶେଷ କରି ୨୦୦୮ ମସିହାରୁ ସରକାର ଙ୍କ ନୀତି ନିୟମ ଅନୁଯାୟୀ ବିଜ୍ଞାପନ ବାହାର କରାଯାଇ ଶିକ୍ଷାଗତ ଯୋଗ୍ୟତା ଅନୁସାର ରେ ପ୍ରତି ରାଜସ୍ୱ ଗାଁ ରେ ଦୁଇଜଣ ଗାଁ ସାଥି ନିଯୁକ୍ତି ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ନ୍ୟାୟ ମିଳିପାରିନାହିଁ।ତେଣୁ ଆଜିର ଏହି ବୈଠକରେ ସଂଘର ନିଷ୍ପତ୍ତି କ୍ରମେ ମୋହନ ସରକାର ଙ୍କୁ ଖୋର୍ଦ୍ଧା ଜିଲ୍ଲା ଗାଁ ସାଥି ସଙ୍ଘ ପକ୍ଷରୁ କେତେକ ଦାବି ପୂରଣ ପାଇଁ ଅନୁରୋଧ କରିଥିଲେ ।
ଦାବି ଅନୁସାରେ ୨୦୦୮ ମସିହାରେ ନିଯୁକ୍ତି ପାଇଥିବା ଗାଁ ସାଥି ତାଲିକାକୁ ବ୍ଲକ ଓ ପଞ୍ଚାୟତ ରେ ଅଗ୍ରାଧିକାର ଦିଆଯିବା, ସ୍ଥାୟୀ ନିଯୁକ୍ତି,ମାସିକ ଦରମା ପ୍ରଦାନ,ଗାଁ ସାଥୀଙ୍କୁ ପରିଚୟ ପ୍ରଦାନ,ଗାଁ ସାଥୀଙ୍କୁ ୩ ମାସିଆ ପ୍ରଶିକ୍ଷଣ ପ୍ରଦାନ,ଅନିୟମିତତା ମାଧ୍ୟମରେ ହୋଇଥିବା NMMS ହଟାଯାଉ,ଗ୍ରାମ ସଭା,ପଲ୍ଲୀ ସଭା ଓ ବ୍ଲକ ସ୍ତରରେ ହେଉଥିବା ଜନଶୁଣାଣୀ ବୈଠକ ରେ ସାମିଲ କରିବା,ସମସ୍ତ ଲାଇନି ଡିପାର୍ଟମେଂଟ କାର୍ଯ୍ୟ ରେ ଗାଁ ସାଥି ଙ୍କୁ ଅଗ୍ରାଧିକାର ଦେବା,ଆଦି ଦାବି ଉପରେ ରାଜ୍ୟ ସରକାର ତୁରନ୍ତ ଦୃଷ୍ଠି ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିଥିଲେ।ଏହି ବୈଠକରେ ରାଜ୍ୟ ସଙ୍ଘ ର ତପନ କୁମାର ବେବର୍ତ୍ତା ପଟ୍ଟନାୟକ, ଧଡୁ ସେଠି,ଜିଲ୍ଲା ସଭାପତି ମାୟାଧର ବେହେରା,କ୍ଷୀରୋଧ ପରିଡା,ସାଗର ଚାନ୍ଦ ପଲାଇ, ସନ୍ତୋଷ ମାଣିଆ,ଗୋପାଳକୃଷ୍ଣ ପ୍ରଧାନ, ଅଜୟ ଭୋଇ,ବିଜୟ ଭୋଇ,ଦୀନବନ୍ଧୁ ଭୋଇ,ସୁକାନ୍ତ ରାଉତରାୟ, ପ୍ରମୁଖ ଉପସ୍ଥିତ ରହି ନେତୃତ୍ୱ ନେଇଥିଲେ।
No Result
View All Result