No Result
View All Result
୧୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲୁଗାଁ :- ରଙ୍ଗ ମହୋତ୍ସବ ଓ ଭାଇଚାରାର ପ୍ରତୀକ ହୋଲି ସବୁଠି ହସଖୁସିର ମାହୋଲ ଭିତରେ ପାଳିତ ହୋଇ ଯାଇଥିବା ବେଳେ ବାଲୁଗାଁ ସ୍ଵର୍ଣ୍ଣ ବିହାର ସାହିର ହୋଲି ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଏହି ଦିନଟିକୁ ସାହିର ଅଧିବାସୀ ମାନେ ଉତ୍ସାହର ସହ ବହୁ ଦିନ ରୁ ଅପେକ୍ଷା କରି ରହିଥାନ୍ତି । ଆବାଳ ବ୍ରୃଦ୍ଧ ବନିତା ସାତରୁ ସତୁରୀ ସାମୂହିକ ଭାବେ ହୋଲି ରେ ଭାଗ ନେବା ଏହି ସାହିର ବାସିନ୍ଦା ଙ୍କ ହୋଲି ପାଳନର ବିଶେଷତ୍ଵ ।
ଠିକ୍ ସକାଳ ଆଠଟା ପୂର୍ବରୁ ଡ଼ାକବାଜି ଯନ୍ତ୍ର ଯୋଗେ ସମସ୍ତ ଙ୍କୁ ସାହିର ମଧ୍ୟ ସ୍ଥଳକୁ ଡକାଯାଏ। ସମସ୍ତେ ସମବେତ ହେବା ପରେ ଆରମ୍ଭ ହୋଇଯାଏ ସମୂହ ଜଳଖିଆ ପ୍ରାତଃ ଭୋଜନର ପର୍ବ। ସମସ୍ତେ ମନଭରି ଜଳଖିଆ ଖାଇବା ପରେ ହୋଲି ଶୋଭାଯାତ୍ରା ବାହାରେ। ଆଗେ ଆଗେ ସାହିର ଵ୍ୟାନର୍ ଥିବା ଗାଡି ଓ ଡ଼ାକବାଜି ଯନ୍ତ୍ରରେ ଜମାଣିଆ ସଙ୍ଗୀତ ର ଝଙ୍କାର। ପଛେ ପଛେ କୁନି ଝିଅଙ୍କ ଠାରୁ ଆରମ୍ଭ କରି ସତୁରୀ ବର୍ଷର ଵ୍ରୃଦ୍ଧାଙ୍କ ପର୍ଯ୍ୟନ୍ତ ହାତରେ ରଙ୍ଗ ଅବିର ଧରି ନାଚ ଗୀତର ତାଳେ ତାଳେ ଚାଲିଥାନ୍ତି । ସେମାନଙ୍କ ପଛରେ ପୁରୁଷ ଦଳ। ରଙ୍ଗ,ଅବିର ସଭିଙ୍କୁ କୋଠରୁ ଯୋଗାଇ ଦିଆଯାଇଥାଏ ।
ସାହିର ବିଭିନ୍ନ ଛକରେ ମାହୋଲକୁ ଆହୁରି ଆମୋଦିତ କରାଯିବା ପାଇଁ ସମସ୍ତ ଙ୍କୁ ମ୍ରୃଦ୍ୟୁ ପାନୀୟ, ଦହି ସରବତ, ଦହିବରା ଆଳୁ ଦମ୍, ରସଗୋଲା ଆଦି ପୂର୍ବ ନିର୍ଦ୍ଧାରିତ କ୍ରମେ ବଣ୍ଟନ କରାଯାଏ । ମଧ୍ୟାହ୍ନ ବାରଟା ଯାଏଁ ହୋଲି ଖେଳ ଚାଲେ । ସେତେବେଳକୁ ପରସ୍ପର ବିଭିନ୍ନ ରଙ୍ଗରେ ପରସ୍ପରକୁ ସଜାଇ ବିବିଧ ବର୍ଣ୍ଣା ସାଜି ଥାନ୍ତି । ସାହିର ପ୍ରତ୍ୟେକ ଙ୍କ ଘର ପରିକ୍ରମା କରିବା ପରେ ହୋଲି ଖେଳ ଶେଷ ମୁଣ୍ଡରେ ବନ୍ଦ ଘୋଷଣା କରାଯାଏ । ଏହାପରେ ସମସ୍ତେ ନିଜର ଘରକୁ ଯାଇ ଗାଧୋଇ ପାଧୋଇ, ରଙ୍ଗ ଛଡ଼ାଇ ସୁଦୃଶ୍ୟ ବସ୍ତ୍ର ପରିଧାନ କରି ଉତ୍ସବ ସ୍ଥଳ ପାଖ ଡାଇନିଂ ରୁମରେ ଏକାଠି ହୋଇ ମଧ୍ୟାହ୍ନ ଭୋଜନ ନେଇ ଥାନ୍ତି। ଏହି ସମୂହ ଭୋଜି ରେ ପରିବେଷିତ ହୋଇଥାଏ ବିଭିନ୍ନ ଶାକାହାରୀ ସ୍ବାଦିଷ୍ଟ ଖାଦ୍ୟ ।
ସନ୍ଧ୍ୟା ସମୟରେ ହୋଲି ପର୍ବର ଉଦ୍ ଯାପନୀ ପର୍ବ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହୁଏ। ସାହିର ଶିଶୁ ଓ ତରୁଣ କଳାକାର ମାନେ ଚିତ୍ତାକର୍ଷକ ନ୍ରୃତ୍ୟ ଓ ସଙ୍ଗୀତ ଓ ମହିଳା ମାନେ କ୍ରୀଡା କୈ।ଶଳ ପ୍ରଦର୍ଶନ କରିଥାନ୍ତି। ମଝିରେ ମଝିରେ ସମସ୍ତ ଦର୍ଶକ ଓ ଅଂଶ ଗ୍ରହଣ କାରୀ ମାନଙ୍କୁ ସ୍ନାକ୍ସ ଯୋଗାଇ ଦିଆ ଯାଇଥାଏ।ବିଚାରକ ମାନଙ୍କ ଦ୍ଵାରା ନ୍ରୃତ୍ୟ ଗୀତର ମୂଲ୍ୟାୟନ କରା ଯାଇ ଅଂଶ ଗ୍ରହଣ କାରୀ ମାନଙ୍କୁ ଉପହାର ସାମଗ୍ରୀ ମଞ୍ଚାସୀନ ମୂଖ୍ୟ ଅତିଥି ଭାବେ ସୂନାମଧନ୍ୟ ନାଟ୍ୟ ନିର୍ଦେଶକ ଭିକାରୀ ଚରଣ ପ୍ରଧାନ , ସମ୍ମାନିତ ଅତିଥି ସମାଜ ର ପ୍ରତିନିଧି ମନୋଜ ମୋହନ ବରାଳ, ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।
ଏହାପରେ ସଭିଙ୍କୁ ରାତ୍ରୀଭୋଜନ ରେ ଆପ୍ୟାୟିତ କରାଯାଇ ଉତ୍ସବ ର ଉଦ୍ ଯାପନୀ ଘୋଷଣା କରାଯାଏ । ବର୍ଷ ବର୍ଷ ଧରି ଏଭଳି ସ୍ଵତନ୍ତ୍ର ଢଙ୍ଗରେ ପାଳିତ ହେଉଥିବା ହୋଲି ଉତ୍ସବ କୁ ସ୍ବର୍ଣ୍ଣ ବିହାର ସାହିର ବାସିନ୍ଦା ମାନେ ବଜାୟ ରଖିଛନ୍ତି।ଏହା ସେମାନଙ୍କ ମଧ୍ୟରେ ଐକ୍ୟ, ଭାଇଚାରା,ସ୍ନେହ,ସୈ । ହାର୍ଦ୍ଦ୍ୟ ବଜାୟ ରଖିଛି ବୋଲି ସାହିର ସଭାପତି ବିଷ୍ଣୁ କେଶରୀ ବିଶ୍ଵାଳ,ଉପ ସଭାପତି ଗୁଣନିଧି ବେହେରା, ସମ୍ପାଦକ ଅଜୟ କୁମାର ମହାପାତ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳକ ଅକ୍ଷୟ କୁମାର ସାହୁ, ତ୍ରିଲୋଚନ ସାହୁ ,ଅମିତାଭ ପଟ୍ଟନାୟକ,ସୂଭ୍ରାସୁଁ ସେନାପତି , ସୁରେନ୍ଦ୍ର କୁମାର ନାୟକ ପ୍ରମୁଖ କହିଛନ୍ତି ।
No Result
View All Result