No Result
View All Result
୧୬ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକ ଜିଲ୍ଲା ବଡ଼ମ୍ବା ଥାନା ମଙ୍ଗରାଜପୁର ଗ୍ରାମରରେ ଶୋକର ଛାୟା ଖେଳି ଯାଇଛି । ହୋଲି ଖେଳି ସାରି ଭଟ୍ଟାରିକା ନିକଟସ୍ଥ ମହାନଦୀକୁ ତିନି ଜଣ ଯୁବକ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପାଣିରେ ବଡି ଯାଇଥିଲେ । ପାଣିରେ ବୁଡ଼ି ଯାଇଥିବା ଯୁବକ ହେଲେ ମଙ୍ଗରାଜପୁର ଗ୍ରାମର ପ୍ରମୋଦ ରାଉତ ।
ଗତକାଲି ବଡ଼ମ୍ବା ଏବଂ ବାଲିଝରି ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବୋଟ ଯୋଗେ ଖୋଜାଖୋଜି କରି ଶନିବାର ସନ୍ଧ୍ୟାସୁଦ୍ଧା ପ୍ରମୋଦକୁ ପାଇ ନଥିଲେ । ଆଜି ସକାଳେ କେତେଜଣ ମତ୍ସ୍ୟଜୀବୀ ମାଛ ମାରିବା ପାଇଁ ନଦୀକୁ ଯାଇଥିଲା ବେଳେ
ଗତକାଲି ବଡି ଯାଇଥିବା ନିଖୋଜ ଯୁବକର ମୃତ ଦେହ ଫତେଗଡ଼ ଥାନା ମହାନଦୀର ପଦ୍ମାବତୀ ନିକଟରେ ଭାସୁଥିବା ଦେଖିବାକୁ ପାଇଥିଲେ । ଏହି ଖବର ପାଇ ବାଲିଝରି ଅଗ୍ନି ଶମ କର୍ମଚାରୀ ଭାସୁଥିବା ପ୍ରମୋଦର ମୃତ ଦେହକୁ ଉଦ୍ଧାର କରି ଆଣି ଥିଲେ । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ବ୍ୟବଛେଦ ପାଇଁ ପଠାଯାଇଛ ।

No Result
View All Result