No Result
View All Result
୧୫ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକ ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ଵ ଫୁଲନଖରା ଛକ ଠାରେ ଥିବା ମର୍ଣ୍ଣି ମିଟ ଅନୁଷ୍ଠାନ ପକ୍ଷରୁ ଶନିବାର ନିଆରା ହୋଲି ମହୋତ୍ସବ ସଭାପତି ପ୍ରଶାନ୍ତ କୁମାର ମହାନ୍ତି ( ଚଗଲା ଭାଇ ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କଟକର ଆଡିସନାଲ ଡିସିପି ଦେବଦତ୍ତ କର ମୁଖ୍ୟ ଅତିଥି , କଟକ ନଗର ବିଜେପି ଉପ ସଭାପତି ତଥା ସମାଜସେବୀ ସ୍ୱାଧିନ ଚେତା ମହାନ୍ତି ମୁଖ୍ୟ ବକ୍ତା ,
\
ସମାଜସେବୀ ଗଣେଶ ଚନ୍ଦ୍ର ସାହୁ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଫଗୁ ଦଶମୀ ଠାରୁ ଆରମ୍ଭ ହୁଏ ଦୋଳପର୍ବ । ଶ୍ରରାଧା କୃଷ୍ଣଙ୍କର ଏହାପର୍ବ । ଅନ୍ୟୟ ଅତ୍ୟାଚାରକୁ ଦମନ କରି ପ୍ରଭୁ ଶ୍ରୀକୃଷ୍ଣ ହୋଲିକା ରାକ୍ଷାସୁଣୀକୁ ବଦ୍ଧ କରି ଥିଲେ । ଏହି ଦିଡକୁ ହୋଲି ଉତ୍ସବ ଭାବରେ ପାଳନ କରାଯାଉଛି । ହୋଲିରେ ପ୍ରତ୍ୟେକ କନିଷ୍ଠ ବ୍ୟକ୍ତି ବଡ଼ଙ୍କ ପାଦରେ ରଙ୍ଗ ଅଭିର ଦେଇ ଆଶୀର୍ବାଦ ନେଇଥାନ୍ତି ।
ଯାହାଫଳରେ ଭାଇଚାରା ସୃଷ୍ଟି ହୋଇଥାଏ ବୋଲି କହିଥିଲେ । ପରେ ପରେ ପରସସ୍ପରକୁ ଅଭିର ବୋଳି ହୋଲି ମହୋତ୍ସବକୁ ପାଳନ କରିଥିଲେ । ଏହି ଉତ୍ସବରେ ସୁଧିର କୁମାର ମହାନ୍ତି, ବିନୟ କୁମାର ଜେନା , ଟିଟନ ସାହୁ , ଜୁଗଳ କିଶୋର ସାହୁ ,ଅନିଲ କୁମାର ମହାନ୍ତି, ହେମନ୍ତ କୁମାର ସାହୁ , କରିମ ସା , ପ୍ରଦିପ୍ତ କୁମାର ଦାସ , ଗିରିଶ ଚନ୍ଦ୍ର ବାରିକ , ବିଜୟ କୁମାର ଜେନା, ହୃଦାନନ୍ଦ ବେହେରା , ଦିଲିପ କୁମାର ତ୍ରିପାଠୀ , ଅନିଲ କୁମାର ସାହୁ ପ୍ରମୁଖ ବହୁ ସଦସ୍ୟ ଯୋଗଦେଇ ହୋଲି ମହୋତ୍ସବରେ ସାମିଲ ହୋଇଥିଲେ ।

No Result
View All Result