୧୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକ ସଦର ଥାନା ନିକଟସ୍ଥ ଡାହାଳିଆବାଗ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଗୋପାଳ ଜିୟୁଙ୍କ ଦୋଳ ପର୍ବ ଏବଂ ଝୁଲଣ ଯାତ୍ରା ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଗୋପାଳ ଜିୟୁ ପରିଚାଳନା କମିଟିର ସଭାପତି ସୁଶାନ୍ତ କୁମାର ମହାନ୍ତିଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବରେ ଡାହାଳିଆବାଗ,
ପାଇକସାହି ଆଦି ଆଖପାଖ ଗ୍ରାମର ଦଶ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଓଡିଶୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଆୟୋଜିତ ଉତ୍ସବରେ ଗୋପାଳ ଜିୟୁ ପରିଚାଳନା କମିଟିର କର୍ମକର୍ତ୍ତା ସଚିକାନ୍ତ ମହାନ୍ତି, କୁନ ଚନ୍ଦ୍ର ମହାନ୍ତି, ଲକ୍ଷ୍ମୀଧର ମହାନ୍ତି,ସଂଗ୍ରାମ ମହାନ୍ତି,
ସୌଭାଗ୍ୟ ମହାନ୍ତି, ସାର୍ଥକ ମହାନ୍ତି, ଅନିଲ ମହାନ୍ତି , ବିଷ୍ଣୁ ଚରଣ ମହାନ୍ତି, ସୋନୁ ସିଦ୍ଧାର୍ଥ ମହାନ୍ତି, ବୈଦ୍ୟନାଥ ମହିନ୍ତି ,ସୁମନ୍ତ ରାଉତ , ଗଣନାଥ ଦାସ , ସତ୍ୟଜିତ ଦାସ ,ଶ୍ରୀକାନ୍ତ ମହାନ୍ତି,ସୁଶାନ୍ତ ଜେନା, ପ୍ଲାବନ ମହାନ୍ତି, ରବିନ୍ଦ୍ର ନାଥ ସ୍ୱାଇଁ ,କାଶିନାଥ ଜେନା , ପୂର୍ବତନ କର୍ପୋରେଟର ରାଜ କୁମାରୀ ସ୍ୱାଇଁ,
ପୂର୍ବତନ କର୍ପୋରେଟର କୌଶିକ ଜେନା ,ଆଡ଼ଭୋକେଟ ବଦ୍ରି ନାରାୟଣ ମହାପାତ୍ର , ସୁଜିତ ଦାସ,ରସରାଜ ମହାନ୍ତି, ଛବିନ୍ଦ୍ର ମୁଖୀ ,ବିକୁନା ଦାସ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଏକ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ଶେବନର ବ୍ୟବସ୍ଥା କରାଯାଇଥିଲା ।
