No Result
View All Result
୧୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେରୀ ପଞ୍ଚାୟତ ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଡମୁଣୀ ରୁ ଦୁର୍ବୃତ୍ତ ମାନେ ଚୋରୀ କରିଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳ ୯ ଘଟିକା ସମୟରେ ଅଙ୍ଗନୱାଡି କର୍ମୀ ସସ୍ମିତା କୁମାରୀ ମହାରଣା ବିଦ୍ୟାଳୟକୁ ଆସି ବିଦ୍ୟାଳୟ ଅଫିସ ଗୃହ ଏବଂ ତାଲା ଭଙ୍ଗା ଯାଇଛି ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବନ୍ଧୁଆ ପ୍ରଧାନଙ୍କୁ ଫୋନ୍ କରି ଜଣାଇଥିଲେ ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ତତକ୍ଷଣାତ୍ ବିଦ୍ୟାଳୟରେ ପହଞ୍ଚି ଦେଖନ୍ତି, ବିଦ୍ୟାଳୟର ବହୁ ମୂଲ୍ୟବାନ୍ ରେକର୍ଡ ପତ୍ର ,ପାଞ୍ଚ ହଜାର ଟଙ୍କା ଏବଂ ଫୁଟ୍ ପମ୍ପ ଚୋରୀ ହୋଇଛି ।ଏହି ଘଟଣା ସମ୍ପର୍କରେ ଏସ ଏମ ସି ଚେୟାର ପର୍ସନ,ଗ୍ରାମର କିଛି ଭଦ୍ର ବ୍ୟକ୍ତି ଏବଂ ସହକାରୀ ଶିକ୍ଷକ ଙ୍କୁ ପ୍ରଧାନ ଶିକ୍ଷକ ଜଣାଇବା ପରେ ସମସ୍ତେ ବିଦ୍ୟାଳୟକୁ ଆସି ଦେଖିଥିଲେ ।
ସମସ୍ତଙ୍କ ସହ ଆଲୋଚନା କରି ବିଦ୍ୟାଳୟର ପ୍ରଧାନଶିକ୍ଷକ ବନ୍ଧୁଆ ପ୍ରଧାନ ବିଦ୍ୟାଳୟରୁ ଚୋରୀ ହୋଇଥିବା ନେଇ ମହିପୁର ଫାଣ୍ଡି ରେ ଲିଖିତ ଅଭିଯୋଗ କରିବା ସହ ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଏହି ଘଟଣା ସଂପର୍କରେ ଚିଠି ମାଧ୍ୟମରେ ଜଣାଇଛନ୍ତି । ଏହି ଘଟଣାରୁ ଅନୁମେୟ ଗତକାଲି ରାତ୍ରରେ ଦୁର୍ବୃତ୍ତ ମାନେ ଚୋରୀ କରିଛନ୍ତି । ଏହାର କିଛି ମାସ ପୂର୍ବେ ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଭରତ ନୋଡାଲ କୋରଡ଼ା ବିଦ୍ୟାଳୟରେ କଳାକନା ବୁଲାଇଥିଲେ ଦୁର୍ବୃତ୍ତ ।
No Result
View All Result