• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

୧୯ରୁ ହରିରାଜପୁର ପଞ୍ଚୁ୍ଦୋଳ ୨୩ତାରିଖ ଗୋଧୂଳି ସମୟରେ ଠାକୁର ମେଳଣ

Proprietor Abhimanyu Maharana by Proprietor Abhimanyu Maharana
March 17, 2025
in ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ହୋମ୍
0
୧୯ରୁ ହରିରାଜପୁର ପଞ୍ଚୁ୍ଦୋଳ ୨୩ତାରିଖ ଗୋଧୂଳି ସମୟରେ ଠାକୁର ମେଳଣ
Share on FacebookShare on TwitterWhatsapp

୧୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଜଟଣୀ :- ଫାଲ୍‌ଗୁନ ଆସିଲେ ଆରମ୍ଭ ହୋଇଯାଏ ବସନ୍ତର ବେଗ । ଏହାରି ଭିତରେ ଆରମ୍ଭ ହୁଏ ଦୋଳଯାତ୍ରା । ତେବେ ଦୋଳଯାତ୍ରା ଦୁଇ ସ୍ତରରେ ହୋଇଥାଏ । ଫଗୁ ଦଶମୀରୁ ଦୋଳ ପୂର୍ଣ୍ଣୀମା ଗୋଟିଏ ସ୍ତର ଏବଂ ଦୋଳ ପୂର୍ଣ୍ଣିମା ଠାରୁ ଦଶଦୋଳ ପର୍ଯ୍ୟନ୍ତ ଆଉ ଗୋଟିଏ ସ୍ତର । ତେବେ ପଞ୍ଚୁଦୋଳ ଲାଗି ଓଡ଼ିଶାରେ ପ୍ରସିଦ୍ଧ ଲାଭ କରିଥିବା ଦୋଳ ମେଳଣ ମଧ୍ୟରେ ପୁରୀ ଜିଲ୍ଲା ଡ଼େଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ମେଳଣ, ସେହିପରି ଓଳକଣା ମେଳଣ ଏବଂ ବାଳକାଟି ପଞ୍ଚୁଦୋଳ ମେଳଣ ରହିଥାଏ । ତେବେ ଦୋଳ ପୂର୍ଣ୍ଣୀମା ପର ଠାରୁ ତ୍ରିଦୋଳ, ପଞ୍ଚୁଦୋଳ, ସାତଦୋଳ, ଦଶଦୋଳ ଭଳି ମେଳଣ ରହିଛି ।

ତେବେ ହରିରାଜ ପୁର ମେଳଣର ବିଶେଷତ୍ୱ ହେଲା- ଏଠାରେ ଜମାଣ ରାତ୍ରିରେ ମଧ୍ୟରାତ୍ରୀରୁ ଭୋର୍ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଆତସବାଜି କାର୍ଯ୍ୟକ୍ରମ ଏବଂ ମେଳଣ ଦିନ ଗୋଧୂଳି ଲଗ୍ନରେ ଠାକୁରଙ୍କ ମେଳଣ ତଥା ହରିହର ଭେଟ । ଏହି ଯାତ୍ରା ଦେଖିବା ଲାଗି ଓଡ଼ିଶା ସମେତ ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ତଥା ଦର୍ଶକ ଆସିଥାନ୍ତି । ଆସନ୍ତା ୧୯ ତାରିଖ ଦିନ ହରିରାଜପୁର ଜମାଣ ଏବଂ ୨୩ ତାରିଖ ଦିନ ଠାକୁର ମେଳଣ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଚଳିତ ବର୍ଷ ମେଳଣର ମୁଖ୍ୟ ଆକର୍ଷଣ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାର ନଦିଆ ସଂକୀର୍ତନ ମଣ୍ଡଳୀଙ୍କ ଶୋଭାଯାତ୍ରା । ସ୍ୱଇଚ୍ଛାରେ ୨୦୦୦ ମଣ୍ଡଳ ନଦିଆ ସଂକୀର୍ତନ ଦଳ ଏଥର ମେଳଣର ଜମାଣ ପରଦିନ ସାମିଲ ହେବେ ।

ଯାହା ରାଜ୍ୟର ଅନ୍ୟ କୌଣସି ମେଳଣରେ କେବେ ବି ଦେଖିବାକୁ ମିଳିନଥିଲା । ଯାହା ଆଧ୍ୟାତ୍ମିକ ପରିବେଶକୁ ଦ୍ୱିଗୁଣିତ କରିପାରିବ । ଏଥିସହିତ ଏହି ହରିରାଜପୁର ମେଳଣର ମୁଖ୍ୟ ଆକର୍ଷଣ ଜମାଣ ରାତିରେ ଆତସବାଜି ପ୍ରତିଯୋଗିତା । ସନ୍ଧ୍ୟାରୁ ରାତିସାରା ବିଭିନ୍ନ ପ୍ରକାର ବାଣ ଫୁଟିବ । ଏଥି ପାଇଁ କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ୨୦ରୁ ଉର୍ଦ୍ଧ୍ୱ ପିଣ୍ଡିର ବ୍ୟବସ୍ଥା କରାଯାଇଛି ବୋଲି ଆୟୋଜକମାନଙ୍କ ପକ୍ଷରୁ କୁହାଯାଇଛି । ସେହିପରି ହରିରାଜପୁରର ବିଭିନ୍ନ ସଂଗଠନ ଦ୍ଵାରା ରାତିସାରା ସାଂସ୍କୃତିକ କାର୍ଯ୍ୟକ୍ରମ, ଘଣ୍ଟ ବାଦ୍ୟ, ପାଇକ ଆଖଡ଼ା, ବିଭିନ୍ନ କଳରଙ୍ଗ, ଶଙ୍ଖ ଧ୍ଵନି, ବାଦ୍ୟବିଚିତ୍ରା ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ମେଳଣ କମିଟି ପକ୍ଷରୁ ସୂଚନା ଦିଆଯାଇଛି l

ଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ଓ ମେଳଣ ପଡିଆ. ଡେଲାଙ୍ଗ ଥାନା ଅଧିନରେ ରହିଲେ ବି ଜଟଣୀ ଅଞ୍ଚଳରେ ଏହାର ପ୍ରସିଦ୍ଧି ଅଧିକ ରହିଛି । ଖୋର୍ଦ୍ଧାରୋଡ଼ ରେଳଷ୍ଟେସନ ଠାରୁ ପୂର୍ବକୁ ମାତ୍ର ଦୁଇ କିଲୋମିଟର ଗଲେ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ପଡ଼େ । ସେଠାରୁ ଏକ କିଲୋମିଟର ଦୂରରେ ସୋମନାଥ ଦେବଙ୍କ ମେଳଣ ପଡ଼ିଆ । ପିପିଲି ଠାରୁ ମାତ୍ର ୮ କିଲୋମିଟର ଦୂରରେ ଏହି ମେଳଣ ପଡ଼ିଆ ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରର ସୁନ୍ଦରଦା ଠାରୁ ମାତ୍ର ୧୪ କିଲୋମିଟର ଦୂରରେ ହରିରାଜପୁର ମେଳଣ ପଡ଼ିଆ ।

ଯୋଗାଯୋଗ ଦୃଷ୍ଟିରୁ ସବୁ ଦିଗକୁ ମେଳଣ ପଡ଼ିଆର ସଂଯୋଗ ରହିଥିବାରୁ ଜମାଣ ଓ ମେଳଣରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ.ଏହି ଶୈବପୀଠର ମହାତ୍ମ୍ୟ ଅନ୍ୟାନ୍ୟ ଶୈବପୀଠ ଅପେକ୍ଷା ଗୁରୁତ୍ୱପୂର୍ଣ୍ଣ । ଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିରର ପୂର୍ବ ଓ ପଶ୍ଚିମ ପାଶ୍ୱର୍ରେ ଦୁଇଟି ଶ୍ମଶାନ ରହିଥିବାବେଳେ ଉତ୍ତରରେ ହରିରାଜପୁର ଓ ବଙ୍ଗ ଗ୍ରାମ, ଦକ୍ଷିଣରେ ବିସ୍ତୀର୍ଣ୍ଣ କୃଷିକ୍ଷେତ୍ର ଓ ଚିରସ୍ରୋତା ଦୟାନଦୀ । ଏହି ପୀଠରେ ରହିଥିବା ପୁଷ୍କରିଣୀରେ ସ୍ନାନକରି ପ୍ରଭୁଙ୍କୁ ଦର୍ଶନ କଲେ ଦୂରାରୋଗ୍ୟ ରୋଗ ମଧ୍ୟ ଭଲ ହୋଇଥାଏ ।

ପୀଠର ଅନ୍ୟଏକ ବିଶେଷତ୍ୱ ହେଲା ସବୁ ଶୈବପୀଠରେ ବେଲପତ୍ରରେ ଅନ୍ନଭୋଗ କରାଯାଉଥିବାବେଳେ ଏଠାରେ ବେଲପତ୍ର ଓ ତୁଳସୀପତ୍ର ଉଭୟରେ ଭୋଗ ସମର୍ପଣ କରାଯାଏ । କିମ୍ବଦନ୍ତୀ ଓ ଜନଶ୍ରୁତିରୁ ଜଣାଯାଏ ନିକଟସ୍ଥ ଗ୍ରାମର ଏକ ବ୍ୟକ୍ତି କୁଷ୍ଠରୋଗରେ ଆକ୍ରାନ୍ତ ହୋଇ ପ୍ରଭୁଙ୍କୁ ଆରାଧନା କରିବାବେଳେ ପ୍ରଭୁ ଶ୍ରୀସୋମନାଥ ଦେବ ଉକ୍ତ ବ୍ୟକ୍ତି ପ୍ରତି ସନ୍ତୁଷ୍ଟ ହୋଇ ଆଗକୁ ଆସିବାକୁ କହିଥିଲେ । ହେଲେ ସେହି ବ୍ୟକ୍ତିଟି ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିବାରୁ ପ୍ରଭୁ ତା’ ଡାକରେ ବୁଲିପଡ଼ିଥିଲେ । ଯାହାଫଳରେ ଠାକୁର ପଶ୍ଚିମାମୁଖା ହୋଇ ସେହି ଦିନ ଠାରୁ ପୂଜା ପାଉଛନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି ।

ଠାକୁରଙ୍କ ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ପ୍ରତିମାସ ସଂକ୍ରାନ୍ତୀ, ଚତୁର୍ଦ୍ଦଶୀ, ଶୀତଳ ଷଷ୍ଠୀ ଓ ଶିବରାତ୍ରୀ ପର୍ବ ମୁଖ୍ୟ ହୋଇଥିବାବେଳେ ସବୁଠାରୁ ବଡ଼ ପର୍ବ ହେଲା ପଞ୍ଚୁଦୋଳ ଯାତ୍ରା, ଯାହା ଶହଶହ ବର୍ଷ ହେଲା ନିରବଚ୍ଛିନ୍ନ ଭାବେ ଅନୁଷ୍ଠିତ ହୋଇଆସୁଛି ବୋଲି ମନ୍ଦିର ସେବାୟତ ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି । ତେବେ ଫାଲଗୁନ ମାସ ପୂର୍ଣର୍ମୀର ୫ଦିନରେ ଯେଉଁ ତିଥି ପଡ଼ୁନା କାହିଁକି ସେହିଦିନ ହିଁ ଏହି ମେଳଣ ଜମାଣ ପର୍ବ ଆରମ୍ଭ ହେବ । ଏହି ମେଳନକୁ ବହୁତ ଲୋକ ବାଣ ବା ଆସତବାଜି କାର୍ଯ୍ୟକ୍ରମ ପାଇଁ ମନେ ରଖିଥାଆନ୍ତି । କିନ୍ତୁ ଏହି ମେଳଣ ଯେ ଏକ ପ୍ରକାରର ଘୋଷଯାତ୍ରା, ବହୁ କମ୍ ଲୋକ ଜାଣନ୍ତି ।

ପ୍ରଭୁ ଜଗନ୍ନାଥଙ୍କ ବଡ଼ଦାଣ୍ଡରେ ରଥ ଚଢ଼ି ମାଉସୀ ମା’ ଘରକୁ ନ’ଦିନ ପାଇଁ ଗଲାଭଳି ପ୍ରଭୁ ସୋମନାଥ ଦେବ ଦୋଳ ବିମାନ ଚଢ଼ି ମେଳଣ ପଡ଼ିଆରେ ୫ଦିନ ପାଇଁ ପାଖ ପଡୋଶୀ ଗାଁ ସବୁର ଆରଧ୍ୟ ଦେବତାମାନଙ୍କ ସହ ଏକାଠି ହୁଅନ୍ତି ଓ ବନ୍ଧୁମିଳନ ହୁଏ । ତା’ପରେ ୫ଦିନରେ ପ୍ରଭୁ ପୁଣି ମନ୍ଦିରକୁୁ ବାହୁଡ଼ି ଥାଆନ୍ତି । ଜଗନ୍ନାଥଙ୍କ ଯେମିତି ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରଥାତ୍ରା କରନ୍ତି, ପ୍ରଭୁ ସୋମନାଥ ମଧ୍ୟ ସେହିଭଳି ସାଙ୍ଗରେ ବାଳମୁକୁନ୍ଦ ଦେବ ଓ ରାଧାକୃଷ୍ଣଙ୍କୁ ନେବାର ପରମ୍ପରା ରହିଛି । ଖାଲି ସେତିକି ନୁହେଁ ରଥଯାତ୍ରାରେ ଯେମିତି ତିନି ରଥର ବ୍ୟବସ୍ଥା ରହିଛି ଏହି ଯାତ୍ରାରେ ସେମିତି ୩ ଦୋଳ ବିିମାନ ଯିବାର ବ୍ୟବସ୍ଥା ରହିଛି ।

ଆଉ ଗୋଟିଏ ବଡ଼ କଥା ହେଲା ଏହି ଯାତ୍ରାର ଉତ୍ପତି ବିଷୟରେ ଇତିହାସ ଯାହା କହେ ତାହା ଏହି ଯେ , ଦିନେ ଏହି ଗାଁରେ କିଛି ଲୋକ ପୁରୀ ରଥ ଯାତ୍ରା ଦେଖି ଫେରୁଥିବା ବେଳେ ଏହି ଯାତ ବା ମେଳଣର ପରିକଳ୍ପନା କରିଥିଲେ । ପ୍ରଥମେ ସ୍ଥାନୀୟ କୁଶମାଟି ଛଣଘର ଗ୍ରାମର ଗତିଶ୍ୱର ଦେବ, କନ୍ତିଆ ଗ୍ରାମର ବାଲୁଙ୍କେଶ୍ୱର ଦେବ, ଭଁସର ଗ୍ରାମର ନୀଳକଣ୍ଠେଶ୍ୱର ଦେବ ଓ ବୁଢ଼ାପଡ଼ା ଗ୍ରାମର ସୋମନାଥ ଦେବ ଏହି ପୀଠ ଠାକୁରଙ୍କୁ ନେଇ ଆରମ୍ଭ ହୋଇଥିଲା ଏହି ମେଳଣ । ଧିରେ ଧିରେ ମେଳଣ ବଢ଼ିଲା ଓ ଏଠାରେ ଏକଦା ୧୦୮ ଠାକୁରଙ୍କ ଦୋଳ ବିମାନର ମେଳଣ ହେଲା । ତେବେ ବର୍ତ୍ତମାନ ୭୪ରୁ ୭୫ ଦୋଳ ମେଳଣରେ ସାମିଲ ହେଉଛନ୍ତି ।

ମାନସିକ କରୁଥିବା ଭକ୍ତଙ୍କ ସଂଖ୍ୟା ବଢ଼ିଲା ଓ ସେମାନେ ଯାତ୍ରାକୁ ବଳିଷ୍ଠ କରିବାରେ ଲାଗିଲେ । ଦିନେ ଏମିତି ସମୟ ଆସିଲା ଏହାକୁ କିଛି ଲୋକ ମାନସିକ ମେଳଣ ବୋଲି କହିବା ଆରମ୍ଭ କରିଥିଲେ । କାରଣ ମେଳଣ ପଡ଼ିଆରେ ବସା ବାନ୍ଧି ରହିଛି । ତେଣୁ ଜମାଣ ଠାରୁ ମେଳଣ ପର୍ଯ୍ୟନ୍ତ ୫ଦିନ ଯାଏଁ ଏହି ମେଳଣ ପଡ଼ିଆରେ ଭକ୍ତଙ୍କ ସମାଗମ ହୁଏ । ଜମାଣ ଦିନ ରାତିରେ ଆକାଶ ଯେମିତି ଆତସବାଜି ଧୂଆଁରେ ଧୂମାୟିତ ହୁଏ ସେଥିରୁ ତାରା ହଜିଯାଏ । ମେଳଣ ଦିନ ସେହିପରି ଆକାଶ ଫଗୁ ବା ଅବିର ରଙ୍ଗରେ ଧୂସରିତ ହୋଇପଡ଼େ ।

ହଜାର ହଜାର ସଂଖ୍ୟାରେ ଭକ୍ତମାନେ ମେଳଣ ଖୁଣ୍ଟି ସ୍ଥିତ ବିମାନରୁଢ଼ ହୋଇଥିବା ଠାକୁରଙ୍କୁ ଫଗୁ ଫୋପାଡ଼ି ମାନସିକ ମନାସି ଥାଆନ୍ତି । ଏହି ମେଳଣ କୃଷକ, କୃଷି ଉପକରଣ କିଣିବା ପାଇଁ ଅନେକ ଯାତ୍ରାକୁ ଅପେକ୍ଷା କରୁଥିଲେ । ହେଲେ ଏବେ ସମୟ ବଦଳି ଯାଇଛି । ତଥାପି ମେଳଣ ଅବସରରେ ଗୋରୁହାଟ, ରୋଦ୍ର, ଡୋଲି ଓ ବାଉଁଶ ତିଆରି ଆସବାବପତ୍ରର ସମାଗମ ଏଠାରେ ଦେଖିବାକୁ ମିଳେ । ଲୋକେ ପୁଅ ଝିଅ ବାହାଘର ପାଇଁ ଜିନିଷପତ୍ର କିଣାବିକା ସକାଶେ ଏହି ଯାତ୍ରାକୁ ଚାହିଁ ରହୁଥିଲେ । ଗାଁ ଗହଳିର କୁଟୀର ଶିଳ୍ପ ଓ କାରିଗରମାନେ ଏହି ଯାତ୍ରା ଉପରେ ନିର୍ଭର କରୁଥିଲେ । ଆଜି କିନ୍ତୁ ସମୟ ବଦଳିଛି ।

ଦୀର୍ଘ ଦୁଇମାସ ଧରି ଚାଲୁଥିବା ଏହି ଯାତ୍ରା ମାତ୍ର ଦିନ କେଇଟାରେ ସରିଯାଉଛି । ଆଜି ସିନା ସେତେବେଳର ବ୍ୟବସାୟ ନାହିଁ ହେଲେ କର୍ପୁର ଉଡ଼ିଯାଇଥିବା କନା ଭଳି ପଡ଼ିରହିଛି ଯାତ୍ରା ଓ ମେଳଣ । ଏହି ଯାତ୍ରା ଓ ମେଳଣ ପଡ଼ିଆରେ ବିମାନସ୍ଥିତ ସୋମନାଥଙ୍କୁ ଅବିର ବୋଲି ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଭକ୍ତଙ୍କ ଗହଳିରେ କିଛି ପରିବ ର୍ନ ହୋଇନାହିଁ । ରାଜ୍ୟ ସରକାର ଚାହିଁଲେ ଏହା ଏକ ମହୋତ୍ସବରେ ମାନ୍ୟତା ପାଆନ୍ତା । ଏହି ମେଳା ସମୟରେ ଏଠାରେ ରାଜ୍ୟ ସରକାର ହସ୍ତଶିଳ୍ପ ମେଳାର ଆୟୋଜନ କରନ୍ତେ ତେବେ ଆହୁରି ସରସ, ସୁନ୍ଦର ହେବା ସହ ଭାଇଚାରାର ନିଦର୍ଶନ କହୁଥିବା ଏହି ଦୋଳ ମେଳଣ ଅଧିକ ବଳିଷ୍ଠ ହୋଇପାରନ୍ତା ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

ତେବେ ଗତ କିଛିବର୍ଷ ହେଲା ସ୍ଥାନୀୟ ଯୁବକ ସଂଗଠନ ଓ ମେଳଣ କମିଟି କ୍ଷରୁ ମେଳଣ ଅବସରରେ ହରିରାଜ ପୁର ମହୋତ୍ସବର ଆୟୋଜନ କରାଯାଉଛି । ରାଜ୍ୟର ପ୍ରମୁଖ ବ୍ୟକ୍ତିବିଶେଷ ଏହି ମହୋତ୍ସବରେ ଯୋଗଦେବା ସହିତ ରାଜଧାନୀ ଉପକଣ୍ଠର ଏହି ପ୍ରସିଦ୍ଧ ମେଳଣ ସମ୍ପର୍କରେ ମଧ୍ୟ ଅବଗତ ହୋଇପାରୁଛନ୍ତି । ଚଳିତବର୍ଷ ମେଳଣକୁ ଅଧିକ ଆକର୍ଷଣ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି ବୋଲି ହରିରାଜପୁରର ପୂର୍ବତନ ସରଞ୍ଚ ତଥା ମେଳଣ କମିଟିର ସଂପାଦକ ପ୍ରସନ୍ନ ମହାରଥୀ ପ୍ରକାଶ କରିଛନ୍ତି ।

ଶ୍ରୀ ହରପ୍ରସାଦ ଦାସ  : କୁଦିଆରୀ,ଜଟଣୀ

 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026
World Odisha Society pays tribute to Pranab Patnaik

World Odisha Society pays tribute to Pranab Patnaik

September 14, 2026
ମାନବ ସେବା ହିଁ ମାଧବ ସେବା

ମାନବ ସେବା ହିଁ ମାଧବ ସେବା

September 14, 2026
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

September 14, 2026

Recent News

World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026
World Odisha Society pays tribute to Pranab Patnaik

World Odisha Society pays tribute to Pranab Patnaik

September 14, 2026
ମାନବ ସେବା ହିଁ ମାଧବ ସେବା

ମାନବ ସେବା ହିଁ ମାଧବ ସେବା

September 14, 2026
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

September 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026
World Odisha Society pays tribute to Pranab Patnaik

World Odisha Society pays tribute to Pranab Patnaik

September 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version