୧୪ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- ଦୋଳ ପୂର୍ଣ୍ଣିମା। ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ଫାଲଗୁନ ମାସ ଶୁକ୍ଳ ପକ୍ଷ ଫଗୁ ଦଶମୀ ତିଥିରୁ ଓଡିଶାରେ ଆରମ୍ଭ ହୋଇଥାଏ ଦୋଳ ପର୍ବ। ଏହି ଅବସରରେ ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିର ପରିସରରୁ ଦୋଳ ଗୋବିନ୍ଦଙ୍କର ଯାତ୍ରା ଏବଂ ଗ୍ରାମ ପରିକ୍ରମା ଆରମ୍ଭ ହୋଇଥିଲା। ରାଧାକୃଷ୍ଣଙ୍କର ଯୁଗଳ ମୁର୍ତ୍ତି ଝୁଲଣ ମଣ୍ଡପରେ ଦୋଳି ଝୁଲିବା ସହ ସୁସଜ୍ଜିତ ବିମାନର ବିଜେ କରିଥିଲେ ।

ଶ୍ରୀ ରାଧାକୃଷ୍ଣ ବିମାନରେ ବିରାଜମାନ କରି ପ୍ରତି ସାହି ଗଳି କନ୍ଦି ପରିକ୍ରମା କରି ଘରେ ଘରେ ଭୋଗ ଖାଇଥାନ୍ତି। ଆସନ୍ତାକାଲି ପାଳିତ ହେବ ରଙ୍ଗର ପର୍ବ ହୋଲି । ସେପଟେ ଆଜି ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରରେ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ପନ୍ନ ହୋଇଛି ଦୋଳ ପୂର୍ଣ୍ଣିମା । ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ପାରମ୍ପରିକ ଭାବେ ଦୋଳ ଉତ୍ସବ ପାଳନ ହୋଇଯାଇଛି ।
















