No Result
View All Result
୧୩ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିପାଟଣା :- ଭୁବନେଶ୍ୱର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଧିନସ୍ଥ ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନର ୩ୟ ଶ୍ରେଣୀର ଛାତ୍ରୀ ଶୁଶ୍ରୀ ଶୁଭସ୍ମିତା ପ୍ରିୟଦର୍ଶିନୀ ସାହୁ ବ୍ଲକରେ ସର୍ବୋଚ୍ଚ ନମ୍ବର ରଖି ବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ସେ ବ୍ଲକର ସର୍ବୋଚ୍ଚ ୭୦ ନମ୍ବର ରଖି ଥିବା ବେଳେ ଛାତ୍ର ଶ୍ରୀମାନ୍ ରୁଦ୍ରନାରାୟଣ ବେହେରା ମଧ୍ୟ ୫୮ ନମ୍ବର ରଖି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ସେହିପରି ଶିଶୁ ନିକେତନର ୫ମ ଶ୍ରେଣୀର ଛାତ୍ରୀ ଶୁଭଲକ୍ଷ୍ମୀ ଦାସ ମଧ୍ୟ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଦର୍ଶ ଶିଶୁ ନିକେତନ ବିଦ୍ୟାଳୟ ଏହି ସଫଳତା ପାଇଁ ଅଭିଭାବକ ଓ ଶୁଭେଚ୍ଛୁ ମାନେ ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ଓ ଛାତ୍ର ,ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରତି ବର୍ଷ ଏହି ବିଦ୍ୟାଳୟ ୩ୟ ଓ ୫ମ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ କ୍ରମାଗତ ବୃତ୍ତି ପାଇ ବିଦ୍ୟାଳୟ ଗୌରବ ବୃଦ୍ଧି କରିଥାନ୍ତି । ଖାଲି ବୃତ୍ତି ପରୀକ୍ଷା ନୁହେଁ ଆଦର୍ଶ ଶିଶୁ ନିକେତନ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ମଧ୍ଯ ଛାତ୍ର ଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଆଣିଛନ୍ତି । ଏହି ଆଦର୍ଶ ଶିଶୁ ନିକେତନ ବିଦ୍ୟାଳୟର ଭଲ ଶିକ୍ଷାଦାନ ପ୍ରତି ବହୁ ଛାତ୍ର ଛାତ୍ରୀମାନେ ଆକୃଷ୍ଟ ହୋଇ ଥାଆନ୍ତି ବୋଲି ବହୁ ଛାତ୍ରାଭିଭାବକମାନେ କହିଛନ୍ତି ।
No Result
View All Result