
ଓଡ଼ିଶା ତାଜା ନିୟୁଜ୍ (୨୮ ଅଗଷ୍ଟ ଶୁକ୍ରବାର) ଢେଙ୍କାନାଳ :– ବୟସର ଅପରାହ୍ନରେ ପକାଘର ଟିଏ ଥଲା ସାତ ସପନ କିନ୍ତୁ ବନ୍ୟା ଦେଖେଇଛି କେବେ ମିଳିବ ମୋ ବିଜୁ ପକ୍କାଘର ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ଗ୍ରାମ କୁଣ୍ଡୁସାହିର ୮୨ ବର୍ଷୀୟା ବୃଦ୍ଧା ଜାହଜ ଦେହୁରୀଙ୍କ ନିକଟରେ । ବୟସ ଆସି ଅପରାହ୍ନର ଶେଷ ସୀମାରେ । ଅଣ୍ଟା ସଳଖି ହେଉନି। କେତେବେଳେ ଜୀବନଟା ଚାଲିଯିବ କହି ବି ହେବନି। ଗୋଟିଏ ବୋଲି ପୁଅ ଥିଲା, କେବେଠୁ ଦାଦନ ଖଟିବାକୁ ଯାଇଛି। ଆସୁଛି ନା କିଛି ଖବର ଅଛି।ତା ପଛକୁ ବୋହୁ ବି କୁଆଡେ଼ ପଳେଇଛି।
ତଥାପି ଭଙ୍ଗା କୁଡିଆ ଘରେ ଦୀର୍ଘବର୍ଷ ଧରି ସାତ, ନଅ ଓ ଦଶ ବର୍ଷର ତିନି ନାତିକୁ ନେଇ ଚଳୁଛି। ଚଳୁଛି କହିଲେ, ସରକାରଙ୍କ ଅନ୍ତୋଦୟ ଚାଉଳ ଓ ପାଞ୍ଚଶହ ଟଙ୍କାର ମାସିକ ବାର୍ଦ୍ଧକ୍ୟ ଭତ୍ତା। ପକ୍କାଘର ଟିଏ ଏମାନଙ୍କ ପକ୍ଷେ ଯେମିତି ସାତ ସପନ ସାଜିଛି। ଏବେ ଚାରିଆଡେ ଅଜଣା ରୋଗ ଡର ପଶିଛି।ତା ଭିତରେ ଲଗାଣ ବର୍ଷାରେ ବନ୍ୟା ତା’ର ତାଣ୍ଡବ ରଚେଇ ଥିବାବେଳେ ଧୋଇନେଇଛି ବୃଦ୍ଧାର ଘର ଛପର। ଉପାୟ ଶୂନ୍ୟ ହୋଇ ବାରଣ୍ଡାରେ ଆଶା ରଖି ଚାହିଁ ରହିଛନ୍ତି କେବେ ମିଳିବ ଆମ ବିଜୁ ପକ୍କାଘର !
କିନ୍ତୁ ବନ୍ୟା ଏଠି ସରକାରଙ୍କ ଅସଲ ପକ୍କାଘର ମୁଖା ଖୋଲି ଦେଇଛି। ଜଣାପଡିଛି ଥିଲାବାଲାକୁ ପକ୍କାଘର ମିଳୁଥିବା ସ୍ଥଳେ ଅସହାୟଙ୍କ ପାଇଁ ସାତ ସପନ ପାଲଟିଛି। ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ସମାଜସେବୀଙ୍କ ଦ୍ଵାରା ଶୁଖିଲା ଖାଦ୍ୟ ଓ ଜରିପାଲ ଖଣ୍ଡେ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇ ସହାୟତାର ଆଶ୍ଵସନା ଦେଇଛନ୍ତି। (ରିପୋର୍ଟ୍ ଅମର ରଞ୍ଜନ ଦାସ)














