No Result
View All Result
୧୨ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୁଣା ଭୁବନେଶ୍ୱର :- ଶ୍ରୀଲିଙ୍ଗରାଜ ମନ୍ଦିରରେ ଦୁଇଟି ନୀତି କରାଯାଇଥିଲା ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ତିଥି ପଡ଼ିଥିବାରୁ । ଏଥିପାଇଁ ମନ୍ଦିରରେ ଚତୁର୍ଦ୍ଦଶୀ ନୀତି ପରେ ଦେବଦେବୀ ପରକରଣସାହି, ଯମେଶ୍ୱର ମନ୍ଦିର ନିକଟକୁ ଯାତ୍ରା କରିଥିଲେ । ବାଟ କୂଅ ମୁହଁ ବଡ଼ୁସାହିରେ ଭୋଗ ଖାଇବା ସହ ଆଳତି ହୋଇଥିଲା । ସନ୍ଧ୍ୟାଧୂପ ପରେ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ନୀତି ପରେ ମନ୍ଦିର ଉପରକୁ ଚତୁର୍ଦ୍ଦଶୀ ମହାଦୀପ ଉଠିଥିଲା । ଏହାପରେ ଠାକୁରମାନଙ୍କୁ ଚତୁର୍ଦ୍ଦଶୀ ବେଢ଼ା ପରିକ୍ରମା ସମ୍ପନ୍ନ ହୋଇଥିଲା । ଦେବଦେବୀ ଦକ୍ଷିଣ ଗୃହକୁ ଆଉ ନଯାଇ ନାଟ ମନ୍ଦିରରେ ବିମାନ ଓ ପାଲିଙ୍କିରେ ବସି ରହିଥିଲେ ।

ଠାକୁରଙ୍କ ବଡ଼ସିଂହାର ବେଶ ସରିବା ପରେ ଦେବଦେବୀଙ୍କ ଯାତ୍ରାପୂଜା ଆରମ୍ଭ ହୋଇଥିଲା । ଶ୍ରୀପ୍ରତିମାମାନେ ଚାଚେରୀ ଭୋଗ ନିମନ୍ତେ ପରକରଣ ସାହି ଭୋଗ ଖାଇବାକୁ ଯମେଶ୍ୱର ମନ୍ଦିର ସମ୍ମୁଖ ଗଣେଶ ମନ୍ଦିର ପିଣ୍ଡିରେ ଥିବା ସିଂହାସନରେ ବିଜେ ହୋଇଥିଲେ । ସେଠାରେ ଭୋଗ ଲାଗି ହୋଇ ଆଳତି କରାଯାଇଥିଲା । ପରେ ପ୍ରତିମାମାନଙ୍କୁ ବଡ଼ୁସାହିର ବାଟକୂଅ ମୂଳ ପାଖରେ ଭୋଗ ଅର୍ପଣ କରାଯାଇ ଆଳତି ଓ ଫଗୁ ଲାଗି ହୋଇଥିଲା । ବଡୁସାହିରୁ ଫେରିବା ବେଳେ ବିଳମ୍ବିତ ରାତିରେ ରଥଖଳା ନିକଟ ମହାଖଳାକୁ ଅଗ୍ନି ଉତ୍ସବ ପାଇଁ ଆସିଥିଲେ । ସେଠାରେ ଖଟୁଲିରେ ପୂର୍ବମୁଖ ହୋଇ ବିରାଜମାନ ହୋଇଥିଲେ ।

ପୂଜାପଣ୍ଡା ଠାକୁରଙ୍କ ସାମ୍ନାରେ ପୂଜା ଓ ଅଗ୍ନି ଉତ୍ସବ ହୋମ ସମ୍ପାଦନ କରିଥିଲେ । ହୋମ ଶେଷରେ ଠାକୁରମାନଙ୍କର ଆଳତି ଓ ପୂର୍ବରୁ କିଛି କାଠ କୁଢ଼ କରି ରଖାଯାଇଥିବା ସ୍ଥାନରେ ହୋମରୁ ଅଗ୍ନି ନେଇ ସେବାୟତମାନେ ସଂଯୋଗ କରିଥିଲେ । ଏହି ଅଗ୍ନି ଚତୁଃପାର୍ଶ୍ବରେ ବିଜେ ପ୍ରତିମାମାନଙ୍କୁ ବିମାନ ଓ ପାଲିଙ୍କିରେ ବିଜେ କରି ୭ ଘେରା ପ୍ରଦକ୍ଷିଣ କରାଯାଇଥିଲା । ବିଜେ ପ୍ରତିମାମାନେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହା ପରେ ଅନ୍ୟାନ୍ୟ ନୀତି ବଢ଼ି ପହୁଡ଼ ହୋଇଥିଲା । ଆସନ୍ତା ଶୁକ୍ରବାର ଦୋଳ ପୂର୍ଣ୍ଣମୀ ତିଥିରେ ରଥଖଳାରେ ଦୋଳ ପର୍ବ ଅନୁଷ୍ଠିତ ହେବ ।

ସେଠାରେ ମହାପ୍ରଭୁ ଦୋଳବେଦୀରେ ଝୁଲୁଥିବା ବେଳେ ଭକ୍ତମାନେ ଫଗୁ ଲାଗି କରିବେ । ସେଠାରେ ଠାକୁର ଭୋଗ ଖାଇବେ । ଏହି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଭଜନ ସମାରୋହ କରାଯିବ । ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିର୍ମାଣ ପାଇଁ ଆଜି କାମ ଅନୁକୂଳ ହୋଇଛି । ଆଜି ତ୍ରୟୋଦଶୀ ତିଥୀ ଓ ଚତୁର୍ଦ୍ଦଶୀ ତିଥି ପଡ଼ୁଥିବାରୁ ଦୁଇଟି ନୀତି ମନ୍ଦିରରେ କରାଯାଇଥିଲା । ସକାଳେ ବଲ୍ଲଭ ନୀତି ପରେ ମହାଖଳାରେ କାଠ ପୂଜା କରାଯାଇଥିଲା । ଲିଙ୍ଗରାଜଙ୍କ ଆଜ୍ଞାମାଳ ରଥ ଖଳାକୁ ଆସିବା ପରେ ପୂର୍ବାହ୍ନ ସାଢ଼େ ୧୧ଟାରେ ନୀତି ପରେ ରଥଖଳାରେ ପୂଜାପଣ୍ଡା ସେବାୟତ ରଥ କାଠ ପୂଜା କରିଥିଲେ ।

ପରେ ମହାରଣା ସେବାୟତମାନେ କୁରାଢ଼ିରେ ଆମ୍ଭଗଛର କାଠଗଡ଼କୁ ଛେଦନ କରି ରଥ ନିର୍ମାଣ କାର୍ୟ୍ୟ ଶୁଭାରମ୍ଭ କରିଥିଲେ। ୩ ତାରିଖ ରାତି ସୁଦ୍ଧା ରଥ କାମ ସାରିବେ । ୧୨ଜଣ ବେହେରା ସେବାୟତ ସମେତ ୭୦ଜଣ ମହାରଣା ସେବାୟତ କାମ କରିବେ ବୋଲି ଜଣାପଡ଼ିଛି । ରଥକାଠ ପୂଜା ବେଳେ ମନ୍ଦିର ସୁପରଭାଇଜର ରାଜ କିଶୋର ମହାପାତ୍ର, ହେମନ୍ତ ମହାପାତ୍ର, ମହାରଣା ସେବାୟତ ସୋମନାଥ ମହାରଣା, ବଟକୃଷ୍ଣ ମହାରଣା, କେଦାରନାଥ ମହାରଣା, ବାସୁଦେବ ମହାରଣା, ପ୍ରିୟରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result