• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରୁକୁଣା ରଥ ନିର୍ମାଣ କାମ ଅନୁକୂଳ : ଦୁଇ ତିଥିର ଭୋଗ ଖାଇଲେ ଶ୍ରୀଲିଙ୍ଗରାଜ

Proprietor Abhimanyu Maharana by Proprietor Abhimanyu Maharana
March 13, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ରୁକୁଣା ରଥ ନିର୍ମାଣ କାମ ଅନୁକୂଳ : ଦୁଇ ତିଥିର ଭୋଗ ଖାଇଲେ ଶ୍ରୀଲିଙ୍ଗରାଜ
Share on FacebookShare on TwitterWhatsapp

୧୨  ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୁଣା ଭୁବନେଶ୍ୱର :- ଶ୍ରୀଲିଙ୍ଗରାଜ ମନ୍ଦିରରେ ଦୁଇଟି ନୀତି କରାଯାଇଥିଲା ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ତିଥି ପଡ଼ିଥିବାରୁ । ଏଥି‌ପାଇଁ ମନ୍ଦିରରେ ଚତୁର୍ଦ୍ଦଶୀ ନୀତି ପରେ ଦେବଦେବୀ ପରକରଣସାହି, ଯମେଶ୍ୱର ମନ୍ଦିର ନିକଟକୁ ଯାତ୍ରା କରିଥିଲେ । ବାଟ କୂଅ ମୁହଁ ବଡ଼ୁସାହିରେ ଭୋଗ ଖାଇବା ସହ ଆଳତି ହୋଇଥିଲା । ସନ୍ଧ୍ୟାଧୂପ ପରେ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ନୀତି ପରେ ମନ୍ଦିର ଉପରକୁ ଚତୁର୍ଦ୍ଦଶୀ ମହାଦୀପ ଉଠିଥିଲା । ଏହାପରେ ଠାକୁରମାନଙ୍କୁ ଚତୁର୍ଦ୍ଦଶୀ ବେଢ଼ା ପରିକ୍ରମା ସମ୍ପନ୍ନ ହୋଇଥିଲା । ଦେବଦେବୀ ଦକ୍ଷିଣ ଗୃହକୁ ଆଉ ନଯାଇ ନାଟ ମନ୍ଦିରରେ ବିମାନ ଓ ପାଲିଙ୍କିରେ ବସି ରହିଥିଲେ ।

ଠାକୁରଙ୍କ ବଡ଼ସିଂହାର ବେଶ ସରିବା ପରେ ଦେବଦେବୀଙ୍କ ଯାତ୍ରାପୂଜା ଆରମ୍ଭ ହୋଇଥିଲା । ଶ୍ରୀପ୍ରତିମାମାନେ ଚାଚେରୀ ଭୋଗ ନିମନ୍ତେ ପରକରଣ ସାହି ଭୋଗ ଖାଇବାକୁ ଯମେଶ୍ୱର ମନ୍ଦିର ସମ୍ମୁଖ ଗଣେଶ ମନ୍ଦିର ପିଣ୍ଡିରେ ଥିବା ସିଂହାସନରେ ବିଜେ ହୋଇଥିଲେ । ସେଠାରେ ଭୋଗ ଲାଗି ହୋଇ ଆଳତି କରାଯାଇଥିଲା । ପରେ ପ୍ରତିମାମାନଙ୍କୁ ବଡ଼ୁସାହିର ବାଟକୂଅ ମୂଳ ପାଖରେ ଭୋଗ ଅର୍ପଣ କରାଯାଇ ଆଳତି ଓ ଫଗୁ ଲାଗି ହୋଇଥିଲା । ବଡୁସାହିରୁ ଫେରିବା ବେଳେ ବିଳମ୍ବିତ ରାତିରେ ରଥଖଳା ନିକଟ ମହାଖଳାକୁ ଅଗ୍ନି ଉତ୍ସବ ପାଇଁ ଆସିଥିଲେ । ସେଠାରେ ଖଟୁଲିରେ ପୂର୍ବମୁଖ ହୋଇ ବିରାଜମାନ ହୋଇଥିଲେ ।

ପୂଜାପଣ୍ଡା ଠାକୁରଙ୍କ ସାମ୍ନାରେ ପୂଜା ଓ ଅଗ୍ନି ଉତ୍ସବ ହୋମ ସମ୍ପାଦନ କରିଥିଲେ । ହୋମ ଶେଷରେ ଠାକୁରମାନଙ୍କର ଆଳତି ଓ ପୂର୍ବରୁ କିଛି କାଠ କୁଢ଼ କରି ରଖାଯାଇଥିବା ସ୍ଥାନରେ ହୋମରୁ ଅଗ୍ନି ନେଇ ସେବାୟତମାନେ ସଂଯୋଗ କରିଥିଲେ । ଏହି ଅଗ୍ନି ଚତୁଃପାର୍ଶ୍ବରେ ବିଜେ ପ୍ରତିମାମାନଙ୍କୁ ବିମାନ ଓ ପାଲିଙ୍କିରେ ବିଜେ କରି ୭ ଘେରା ପ୍ରଦକ୍ଷିଣ କରାଯାଇଥିଲା । ବିଜେ ପ୍ରତିମାମାନେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହା ପରେ ଅନ୍ୟାନ୍ୟ ନୀତି ବଢ଼ି ପହୁଡ଼ ହୋଇଥିଲା । ଆସନ୍ତା ଶୁକ୍ରବାର ଦୋଳ ପୂର୍ଣ୍ଣମୀ ତିଥିରେ ରଥଖଳାରେ ଦୋଳ ପର୍ବ ଅନୁଷ୍ଠିତ ହେବ ।

ସେଠାରେ ମହାପ୍ରଭୁ ଦୋଳବେଦୀରେ ଝୁଲୁଥିବା ବେଳେ ଭକ୍ତମାନେ ଫଗୁ ଲାଗି କରିବେ । ସେଠାରେ ଠାକୁର ଭୋଗ ଖାଇବେ । ଏହି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଭଜନ ସମାରୋହ କରାଯିବ । ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ନିର୍ମାଣ ପାଇଁ ଆଜି କାମ ଅନୁକୂଳ ହୋଇଛି । ଆଜି ତ୍ରୟୋଦଶୀ ତିଥୀ ଓ ଚତୁର୍ଦ୍ଦଶୀ ତିଥି ପଡ଼ୁଥିବାରୁ ଦୁଇଟି ନୀତି ମନ୍ଦିରରେ କରାଯାଇଥିଲା । ସକାଳେ ବଲ୍ଲଭ ନୀତି ପରେ ମହାଖଳାରେ କାଠ ପୂଜା କରାଯାଇଥିଲା । ଲିଙ୍ଗରାଜଙ୍କ ଆଜ୍ଞାମାଳ ରଥ ଖଳାକୁ ଆସିବା ପରେ ପୂର୍ବାହ୍ନ ସାଢ଼େ ୧୧ଟାରେ ନୀତି ପରେ ରଥଖଳାରେ ପୂଜାପଣ୍ଡା ସେବାୟତ ରଥ କାଠ ପୂଜା କରିଥିଲେ ।

ପରେ ମହାରଣା ସେବାୟତମାନେ କୁରାଢ଼ିରେ ଆମ୍ଭଗଛର କାଠଗଡ଼କୁ ଛେଦନ କରି ରଥ ନିର୍ମାଣ କାର‌୍ୟ୍ୟ ଶୁଭାରମ୍ଭ କରିଥିଲେ। ୩ ତାରିଖ ରାତି ସୁଦ୍ଧା ରଥ କାମ ସାରିବେ । ୧୨ଜଣ ବେହେରା ସେବାୟତ ସମେତ ୭୦ଜଣ ମହାରଣା ସେବାୟତ କାମ କରିବେ ବୋଲି ଜଣାପଡ଼ିଛି । ରଥକାଠ ପୂଜା ବେଳେ ମନ୍ଦିର ସୁପରଭାଇଜର ରାଜ କିଶୋର ମହାପାତ୍ର, ହେମନ୍ତ ମହାପାତ୍ର, ମହାରଣା ସେବାୟତ ସୋମନାଥ ମହାରଣା, ବଟକୃଷ୍ଣ ମହାରଣା, କେଦାରନାଥ ମହାରଣା, ବାସୁଦେବ ମହାରଣା, ପ୍ରିୟରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026
ଚଳିତମାସ ୨୯ ତାରିଖରେ ଭୁବନେଶ୍ଵରରେ ଆନ୍ଦୋଳନ ପାଇଁ ଚେତାବନୀ-ଓଷ୍ଟା

ଚଳିତମାସ ୨୯ ତାରିଖରେ ଭୁବନେଶ୍ଵରରେ ଆନ୍ଦୋଳନ ପାଇଁ ଚେତାବନୀ-ଓଷ୍ଟା

June 28, 2026
ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଉପଲକ୍ଷେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କଲେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଏବଂ ପୁରୀ ଏସ୍‌ପି 

ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଉପଲକ୍ଷେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କଲେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଏବଂ ପୁରୀ ଏସ୍‌ପି 

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version