ଓଡିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶୁକ୍ରବାର) ପାରଳାଖେମୁଣ୍ଡି :– ଗଜପତି ଏସ.ପି ଶ୍ରୀତପନ କୁମାର ପଟନାୟକଙ୍କ ନିର୍ଦ୍ଧେଶ କ୍ରମେ ରା.ଉଦୟଗିରି ଏସ୍ ଡି ପି ଓ ଅଶୋକ କୁମାର ମହାନ୍ତିଙ୍କ ର ତତ୍ୱବଧାନ ରେ ମୋହନା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲ ଙ୍କ ନେତୃତ୍ୱ ରେ ଆଜି ସକାଳ ସାଢେ଼ ୧୦ଘଣ୍ଟା ସମୟରେ ମୋହନା ଲୁହାଗୁଡ଼ି ମଝିରେ ମାର୍ଚିମା ଛକ ରେ ଏକ ଗଞ୍ଜେଇ ବୁଝେଇ କାର ନମ୍ବର OD 10 F 4001 ଗାଡିକୁ ଓଟକାଇ ତଲାସୀ କରିଥିଲେ l ତଲାସୀ ପରେ ସେହି ଗାଡ଼ିରେ ୧୦୪ କେଜି ୮ ସହ ଗ୍ରାମ ଗଞ୍ଜେଇ ଜବତ କରା ଯାହାର ବଜାର ମୂଲ୍ୟ ୬ ଲକ୍ଷ୍ୟ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି l
ଏହି ଗାଡ଼ିଟି କରାପୁଟରୁ ଗଞ୍ଜେଇ ଧରି ବ୍ରହ୍ମପୁର ଅଭିମୁଖେ ଯାଉଥିଲା ଉକ୍ତ କାର ର ଡ୍ରାଇଭର ସୁକାନ୍ତକୁମାର ପାଣି ଗ୍ରାହୀ କୁ ଗିରଫ କରାଯାଇଛି ଗିରଫ ଡ୍ରାଇଭର ର ଘର ଜରଲାପୁଟ, ଜିଲ୍ଲା କରାପୁଟ ବୋଲି ଜଣାପଡିଛି l ଗାଡି ଓ ଗଞ୍ଜେଇ କୁମୋହନା ପୋଲିସ ଦ୍ୱାରା ଜବତ କରାଯାଇଛି l ଏବାବଦରେ ମୋହନା ଥାନାରେ କେସ ନମ୍ବର -୧୩୩/୨୦ ଏକ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଜାରି ରହିଛି l ସାଇ ପିଙ୍କି କୁମାରୀ ମୁର୍ମୁ ଏହି ଘଟଣାର ତଦନ୍ତ ଭାର ନେଇଛନ୍ତି l ( ରିପୋର୍ଟ-ଗରୁଡ ଧ୍ଵଜ ଚୌଧୁରୀ )













