• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡାଇକିନ ଇଣ୍ଡିଆ ପୂର୍ବାଞ୍ଚଳ ବଜାରକୁ ନେଇ ଉତ୍ସାହୀ ଅଛି; ଓଡ଼ିଶା ଏକ ପ୍ରମୁଖ ପରିଚାୟକ

Proprietor Abhimanyu Maharana by Proprietor Abhimanyu Maharana
March 12, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଡାଇକିନ ଇଣ୍ଡିଆ ପୂର୍ବାଞ୍ଚଳ ବଜାରକୁ ନେଇ ଉତ୍ସାହୀ ଅଛି; ଓଡ଼ିଶା ଏକ ପ୍ରମୁଖ ପରିଚାୟକ
Share on FacebookShare on TwitterWhatsapp

– ଶ୍ରୀସିଟିରେ ନୂଆ କାରଖାନା ପୂର୍ଣ୍ଣ କାର୍ଯ୍ୟକ୍ଷମ

– ଓଡ଼ିଶାରୁ ୩୦% ଅଭିବୃଦ୍ଧି ଲକ୍ଷ୍ୟ,୨୧୦ କୋଟି ରାଜସ୍ୱ ଆୟ ଲକ୍ଷ୍ୟ ରଖୁଛି

– ବ୍ୟାପକ ବ୍ରାଣ୍ଡ୍‍ ନିର୍ମାଣ ଓ ଚାନେଲ ସମ୍ପ୍ରସାରଣ

୧୨  ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଡାଇକିନ ଇଣ୍ଡଷ୍ଟ୍ରିଜ ଲିମିଟେଡ, ଜାପାନର ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ କମ୍ପାନୀ ଏବଂ ଭାରତରେ ଏୟାର-କଣ୍ଡିସନିଂ ବଜାରରେ ମାର୍କେଟ ଲିଡର ହୋଇଥିବା ଡାଇକିନ ଏୟାର କଣ୍ଡିସନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଡିଏଆଇପିଏଲ୍‍) ବ୍ୟାପକ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଓଡ଼ିଶା ବଜାର ପାଇଁ ଏକାଧିକ ନୂତନ ଏୟାର-କଣ୍ଡିସନିଂ ଉତ୍ପାଦ ପ୍ରବେଶ କରାଇଛି । ଡାଇକିନ ଓଡ଼ିଶାକୁ ଏକ ସମ୍ଭାବନାପୂର୍ଣ୍ଣ ବଜାର ଭାବରେ ବିବେଚନା କରୁଛି, ସେଥିପାଇଁ ଏହା ରୁମ୍‍ ଏସି ବଜାରରେ ଆଧିପତ୍ୟ ବିସ୍ତାର କରିବା ନିମନ୍ତେ ବଜାରର ବିକାଶ ଦିଗରେ ପୁଞ୍ଜିନିବେଶ ଜାରି ରଖିବ । ଡାଇକିନ ଉତ୍ପାଦଗୁଡିକ ତାହା ସହିତ ଡାଇକିନ ଗ୍ଲୋବାଲର ମଜଭୁତ ପ୍ରଯୁକ୍ତି ନେଇ ଆସୁଛି, ଯାହା କମ୍‍ ଖର୍ଚ୍ଚରେ ମାଲିକାନା ସୁଯୋଗ ପ୍ରଦାନ କରୁଛି ଏବଂ ସେଥିରେ ଅତୁଳନୀୟ ଗୁଣବତ୍ତା ଏବଂ ଦୀର୍ଘସ୍ଥାୟିତ୍ୱ ସନ୍ନିବେଶିତ ହୋଇଛି ।

ଏହି ଅବସରରେ ଶ୍ରୀ କୁଲଦୀପକ ବିରମାନି, ସିନିୟର ଭାଇସ୍‍ ପ୍ରେସିଡେଣ୍ଟ ଓ ଏକ୍‍ଜିକ୍ୟୁଟିଭ ଡାଇରେକ୍ଟର, ଡାଇକିନ ଇଣ୍ଡିଆ କହିଥିଲେ, “ଭାରତରେ ମଜଭୁତ ଏବଂ ନିରନ୍ତର ଅଭିବୃଦ୍ଧି ଘଟୁଥିବାବେଳେ ଆମେ ସମଗ୍ର ଓଡ଼ିଶାରେ ଆମର ସମ୍ପ୍ରସାରଣ ତ୍ୱରାନ୍ୱିତ କରିବାକୁ ଉଦ୍ୟତ ହେଉଛୁ, ଆମ ବଜାର ଉପସ୍ଥିତି ସୁଦୃଢ କରିବାକୁ ଅଧିକ ମହତାକାଂକ୍ଷୀ ଆଭିମୁଖ୍ୟ ଗ୍ରହଣ କରୁଛୁ । ନୂତନ ଉତ୍ପାଦଗୁଡିକର ଶୁଭାରମ୍ଭ ଡାଇକିନର ବଜାର ଅଂଶ ବୃଦ୍ଧି କରିବା ଏବଂ ଶିଳ୍ପର ନେତୃତ୍ୱ ନେବା ଦିଗରେ ଡାଇକିନର ଏକ ରଣକୌଶଳାତ୍ମକ ପଦକ୍ଷେପ ହୋଇଛି । ଏକ ଅତୁଳନୀୟ ଗ୍ରାହକ ଅନୁଭୂତି ପ୍ରଦାନ ନିମନ୍ତେ ଆମର ପ୍ରତିବଦ୍ଧତା ଅତୁଟ ରହିଛି, ଯାହା ପଛରେ ଉଚ୍ଚ କୁଶଳୀ ବିକ୍ରୟ ଏବଂ ରକ୍ଷଣାବେକ୍ଷଣ ନେଟୱର୍କର ସମର୍ଥନ ରହିଛି ଏବଂ ତାହା ସହିତ ଆମର ଉତ୍ସର୍ଗୀକୃତ ଡିଲର ଅଂଶୀଦାରସମୂହ ଏବଂ କର୍ମଚାରୀମାନଙ୍କର ପୂର୍ଣ୍ଣ ସମର୍ଥନ ରହିଛି ।”

ଗତବର୍ଷ ପୂର୍ବାଞ୍ଚଳ ବଜାର ୩୨% ଅଭିବୃଦ୍ଧି ହାସଲ କରିଛି ଏବଂ ଡାଇକିନ ଇଣ୍ଡିଆ ୨୦୨୬ ସୁଦ୍ଧା ୧୬୦୦ କୋଟି ଟଙ୍କାରେ ପହଞ୍ଚିବା ଅନୁମାନ କରୁଛି, ଯାହା ଆମକୁ ଏକାଧିକ ନୂତନ ଉତ୍ପାଦ ବଜାର ପ୍ରବେଶ କରାଇବା ଏବଂ ଆମର ଡିଲର ନେଟୱର୍କ ବ୍ୟାପକ ଭାବରେ ବୃଦ୍ଧି କରିବାକୁ ପ୍ରେରିତ କରୁଛି । ଦମ୍‍ଦାର ଭିତ୍ତିଭୂମି ଏବଂ ହାଉସିଂର ବିକାଶ ସହିତ ଆମେ ସ୍ମାର୍ଟ ଓ ଶକ୍ତି ସଞ୍ଚୟକାରୀ ଏୟାର-କଣ୍ଡିସନିଂ ସମାଧାନର ଅଧିକ ଚାହିଦା ଥିବା ଲକ୍ଷ୍ୟକରୁଛୁ । ସମଗ୍ର ଓଡ଼ିଶାରେ ଆର୍ଥିକ ବର୍ଷ ୨୫-୨୬ ଶେଷସୁଦ୍ଧା ୧୮% ବଜାର ଅଂଶ ଦଖଲ କରିବାକୁ ଜୋରଦାର ବିପଣନ ଏବଂ ପ୍ରମୋସନ କାର୍ଯ୍ୟକଳାପରେ ଆମେ ପୁଞ୍ଜିନିବେଶ ନିମନ୍ତେ ଯୋଜନା କରୁଛୁ ।

ଡାଇକିନ ଇଣ୍ଡିଆ ସମ୍ପ୍ରତି ଶ୍ରୀସିଟି, ଆନ୍ଧ୍ର ପ୍ରଦେଶରେ ତାହାର ନୂତନ କାରଖାନାକୁ କାର୍ଯ୍ୟକ୍ଷମ କରିସାରିଛି, ଯାହା ୭୫.୫ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଏବଂ ଭାରତରେ ନିର୍ମିତ ସର୍ବାଧୁନିକ ଏୟାର କଣ୍ଡିସନିଂ ଉତ୍ପାଦଗୁଡିକର ଘରୋଇ ଓ ଆନ୍ତର୍ଜାତିକ ବ୍ୟବହାର ନିମନ୍ତେ ବର୍ଦ୍ଧିତ ଚାହିଦା ମୁତାବକ ଯୋଗାଇ ଦେବାକୁ ରଣକୌଶଳାତ୍ମକ ଭାବରେ ଅବସ୍ଥିତ ହୋଇଛି ଏବଂ ଏହା ଉତ୍କର୍ଷ ଓ ନବସୃଜନ ପ୍ରତି ନିଜର ପ୍ରତିବଦ୍ଧତା ପ୍ରତିଫଳିତ କରୁଛି । ଏୟାର କଣ୍ଡିସନରଗୁଡିକର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବାକୁ ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍‍ଆଇ) କାର୍ଯ୍ୟକ୍ରମରେ ଏୟାର କଣ୍ଡିସନିଂ ବର୍ଗରେ ଦାଇକିନ ଉଲ୍ଲେଖନୀୟ ଭାବରେ ପ୍ରଧାନ ନିବେଶକ ହୋଇଛି ।

ଶ୍ରୀ କୁଲଦୀପକ ବିରମାନି ମତଦେଇ କହିଥିଲେ, “ଶ୍ରୀସିଟିରେ ଆମର ନୂତନ କାରଖାନାର ବ୍ୟବସାୟିକ କାର୍ଯ୍ୟାରମ୍ଭ ଡାଇକିନ ପାଇଁ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହୋଇଛି, ଯାହା ଭାରତରେ ନବସୃଜନ, ଦୀର୍ଘସ୍ଥାୟିତା ଏବଂ ଅଭିବୃଦ୍ଧି ନିମନ୍ତେ ଆମର ପ୍ରତିବଦ୍ଧତାକୁ ପୁନଃମଜଭୁତ କରୁଛି । ଏହି ସର୍ବାଧୁନିକ କାରକାନା ଆମର ଉତ୍ପାଦନ ସାମର୍ଥ୍ୟ ବୃଦ୍ଧି କରିବାକୁ ଯାଉଛି, ଯାହା ସୁଦୃଢ ଯୋଗାଣ ଶୃଙ୍ଖଳ ଏବଂ ଅଧିକ ସୁସଂହତ, ଏଚଭିଏସି ସମାଧାନଗୁଡିକ ନିମନ୍ତେ ଶକ୍ତି-ସଚେତନ ଆଭିମୁଖ୍ୟ ସୁନିଶ୍ଚିତ କରୁଛି । ଏହି ସମ୍ପ୍ରସାରଣ ସହିତ ଡାଇକିନ ଏହି ଶିଳ୍ପରେ ତାହାର ନେତୃତ୍ୱ ସ୍ଥାନ ମଜଭୁତ କରିବା ଦିଗରେ ଆଉ ଏକ ବୃହତ ପଦକ୍ଷେପ ନେଇଛି, ଯାହା ସର୍ବାଧୁନିକ ଯୁଗର,

ପରିବେଶ ଅନୁକୂଳ ଏୟାର-କଣ୍ଡିସନିଂ ସମାଧାନସମୂହ ନିମନ୍ତେ ବର୍ଦ୍ଧିତ ଚାହିଦା ପୂରଣ କରୁଛି । କେବଳ କ୍ଷମତା ବୃଦ୍ଧି କରିବା ଊର୍ଦ୍ଧ୍ୱରେ ଏହି ପୁଞ୍ଜିନିବେଶ ଉତ୍କର୍ଷକୁ ଆଗେଇନେବା, ରଣକୌଶଳାତ୍ମକ ସହଭାଗୀତାକୁ ପ୍ରୋତ୍ସାହିତ କରିବା ଏବଂ ଭାରତର ପରିବର୍ତ୍ତନଶୀଳ ଶିଳ୍ପ ଦୃଶ୍ୟପଟ୍ଟ ପ୍ରତି ଅବଦାନ ରଖିବା ଏବଂ ସେହି ସମୟରେ ସମସ୍ତ ସହଭାଗୀଙ୍କ ନିମନ୍ତେ ଅଂଶୀଦାର ସଫଳତା ସୁନିଶ୍ଚିତ କରିବା ନିମନ୍ତେ ଆମର ଦୀର୍ଘସୂତ୍ରୀ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି ।” ଭାରତ ସରକାରଙ୍କର ଉତ୍ପାଦନ-ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍‍ଆଇ) ଯୋଜନା ଆରଏସି ଶିଳ୍ପ ମଧ୍ୟରେ ସ୍ଥାନୀୟକରଣକୁ ଆଗେଇନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଯାହା ଶିଳ୍ପ ସଂସ୍ଥାଗୁଡିକର ପ୍ରୟାସରେ ସମ୍ପ୍ରତି ଚାଲିଥିବା ପଶ୍ଚାତଭାଗ ସଂଯୋଗୀକରଣ ଜରିଆରେ ଆଗାମୀ ତିନିରୁ ଚାରିବର୍ଷ ମଧ୍ୟରେ ପ୍ରାୟ ୭୫%ରୁ ଅଧିକ ସ୍ୱଦେଶୀକରଣକୁ ପ୍ରୋତ୍ସାହିତ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version