No Result
View All Result
୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରେବିଙ୍ଗିଆ ପଞ୍ଚାୟତର ବୁଡ଼ାଗୁଡା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନଶିକ୍ଷକ କାଶୀନାଥ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l.

ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ବେହେରା, କୁଇ ସମାଜ ସଭାପତି ଶ୍ୟାମ ସିଂ ମଳିକ, ରବିଚନ୍ଦ୍ର ମଳିକ, ପ୍ରମୋଦ ମଳିକ, କୁଶ ମଳିକ, ନାମ୍ବୁରା ମଳିକ, ପ୍ରମୁଖ ଯୋଗ ଦେଇ ଶିକ୍ଷା-ଶିକ୍ଷକ ଓ ଛାତ୍ର ଛାତ୍ରୀ ର ଗୁରୁତ୍ୱ ସମ୍ପର୍କରେ ସମ୍ୟକ ଅଭିଭାଷଣ ପ୍ରଦାନ କରିଥିଲେ l ପ୍ରଧାନ ଶିକ୍ଷକ କାଶୀନାଥ ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ ସୁରେଶ ଚନ୍ଦ୍ର ଦାଶ ମଞ୍ଚ ପରିଚାଳନା କରିଥିଲେ l

ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ଏଥିରେ ଆଞ୍ଚଳିକ ସାଧନ ସଂଯୋଜକ ମନୋଜ କୁମାର ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l ଶେଷରେ ମଧୁସୂଦନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l
No Result
View All Result