No Result
View All Result
ବିଧାନସଭାରେ ବିଜେଡ଼ି ଓ କଂଗ୍ରେସ ବିଧାୟକ ମାନଙ୍କ ର ହଟଗୋଳ । ବିଜେଡି ବିଧାୟକ ମାନେ ବିଧାନସଭାରେ ପ୍ରତ୍ୟେକ ମନ୍ତ୍ରୀ ଙ୍କ ଚାମ୍ବରରେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀ ଙ୍କୁ ଖୋଜିଥିଲେ ।
ଶେଷ ରେ ମୁଖ୍ୟମନ୍ତ୍ରୀ ଙ୍କୁ ନ ପାଇ ବିଜେଡି ବିଧାୟକ ଓ ବିଧାୟିକା ମାନେ ଲଣ୍ଠନ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ଙ୍କ ଚାମ୍ବର ସମ୍ମୁଖ ରେ ଧାରଣା ରେ ବସିଲେ । ବିଜେଡି ନେତା ମାନେ ବିଜେପି କୁ ଦିନ ଦ୍ବିପହରରେ ଦେଖାଇଲେ ଲଣ୍ଠନ ।
୧୧ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଓଡ଼ିଶା ବିଧାନସଭା ଅଧିବେଶନ ଆଜି ପାଲଟିଛି ରଣକ୍ଷେତ୍ର । କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ବିଜେପି ବିଧାୟକ ଜୟ ନାରାୟଣଙ୍କ ମଧ୍ୟରେ ହାତାହାତି ହେବା ପର୍ଯ୍ୟନ୍ତ ଯାଇଛି । ଏହାକୁ ନେଇ ଗୃହର ବାତାବରଣ ଉତ୍ତେଜନା ପୂର୍ଣ୍ଣ ହୋଇପଡ଼ିଥିଲା ।

ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟ ଚଳାଇବାକୁ ଉଦ୍ୟମ ଜାରି ରଖିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ କଂଗ୍ରେସ ଓ ବିଜେପିର ବିଧାୟକ ମାନେ ନିଜ ନିଜ ମଧ୍ୟରେ ବିରୋଧୀ ମନ୍ତବ୍ୟ ଦେଇ ଗୃହକୁ ସରଗରମ କରିଦେଇଥିଲେ ।

ଗତ ଦୁଇ ଦିନ ଧରି କଂଗ୍ରେସ ଓ ବିଜେଡ଼ି ପକ୍ଷରୁ ଗୃହକୁ ନାରୀ ଅତ୍ୟାଚାର ବୃଦ୍ଧି ଓ ବିଭାଜିତ ଓଡ଼ିଶା ନେ଼ଇ ଜୟନରାୟନଙ୍କ ଉତ୍ତେଜିତ ଭାଷଣ ବିରୋଧରେ ବିରୋଧ ପ୍ରଦର୍ଶନ କରି ଥିଲେ । ପରିସ୍ଥିତି ଏପରି ସୃଷ୍ଟି ହୋଇଥିଲା

ଯେ ଉତ୍ତେଜିତ ହୋଇପଡ଼ିଥିବା ବିଧାୟକ ମାନଙ୍କୁ ଶାନ୍ତ କରାଇବା ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ସିଦ୍ଧାନ୍ତ ମହାପାତ୍ର ହସ୍ତକ୍ଷେପ କରିଥିଲେ । ଏସବୁ ଭିତରେ ଦୁଇ ଦଳର ବିଧାୟକ ମାନେ ହାତାହାତି ହେବା ପରେ ଗୃହ ଗମ୍ଭୀର ହୋଇପଡ଼ିଥିଲା ।

ବାଚସ୍ପତି ଏସବୁ ଭିତରେ ଗୃହକୁ ୧୨.୧୦ ଯାଏ ମୁଲତବୀ ଘୋଷଣା କରିଥିଲେ । ଗୃହ ପରିଚାଳନାରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ତିନି ଦଳର ବିଧାୟକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି ।

୧୨.୧୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉପବାଚସ୍ପତି ଗୃହକୁ ଆସି ଆଉ ୧୦ ମିନିଟ୍ ମୁଲତବୀ ଘୋଷଣା କରିଥିଲେ । ସୂଚନା ଅନୁଯାୟୀ ଏବେ ବିଜେପି ପକ୍ଷରୁ ଗୃହ ପରିଚାଳନା ନେଇ ଆଲୋଚନା ଜାରି ରହିଛି ।
No Result
View All Result