No Result
View All Result
୧୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଜଗତସିଂହପୁର :- ଆଧ୍ୟାତ୍ମିକ ଚିନ୍ତା ଚେତନା ଦ୍ୱାରା ବିଶ୍ୱ ମାନବ ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ବିରିଡି ବ୍ଲକ ମହାପୁରୁଷ ପଞ୍ଚ ସଖା ଙ୍କ ପୀଠ ଧ୍ୟାନକୁଦ ଠାରେ ସୋମବାରରୁ ରବିବାର ସାତ ଦିନ ବ୍ୟାପି ହୋଇଥିବା 37 ତମ ବାର୍ଷିକ ପଞ୍ଚ ସଖା ମେଳା ଓ ବିଶ୍ଵଶାନ୍ତି ଯଜ୍ଞ ରେ ସାଧୁ ସନ୍ଥ ମାନେ ମତ ପୋଷଣ କରିଛନ୍ତି l ଧ୍ୟାନକୁଦ ପୀଠର ପିଠାଧୀସ ପ୍ରେମ ସାଗର ବାବା ଅରକ୍ଷିତ ଦାସ ମହାରାଜ କହିଲେ ଯଜ୍ଞ ହେବାଦ୍ବାରା ବାୟୁ ମଣ୍ଡଳ ଶୁଦ୍ଧହେବା ସହ ଠିକ ୠତୁ ଅନୁସାରେ ବର୍ଷା ହୋଇ ପୃଥିବୀ ଶସ୍ୟ ଶ୍ୟାମଳା ରେ ପରିପୂର୍ଣ୍ଣ ହୋଇ ଜୀବଜତ ରକ୍ଷା ହୋଇ ପାରିବ l

ଅନ୍ୟ ପକ୍ଷରେ ଯଜ୍ଞାଗ୍ନୀ ରେ ଘୃତା ହୂତି ହେଲେ ଆଧ୍ୟାତ୍ମିକ, ଆଦି ଭୌତିକ, ଆଦି ଦୈବୀକ ଏବଂ ସମଗ୍ର ବ୍ରହ୍ମ ଲୋକରେ ଶାନ୍ତି ପ୍ରଦାନ ହୋଇଥାଏ l ପଞ୍ଚସଖା ଧ୍ୟାନକୁଦ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ଙ୍କ ଦ୍ୱାରା ଯଜ୍ଞ ଉଚ୍ଛବରେ ଅଷ୍ଟମ ପ୍ରହର ନାମ ଯଜ୍ଞ, ଅଙ୍କୁରା ରୋପଣ, ଯଜ୍ଞାଧିବାସ, ଜଳଯାତ୍ରା ଘଟ ସ୍ଥାପନ,

ମଣ୍ଡଳ ପୂଜା, ବ୍ରାହ୍ମଣ ବରଣ, ଜଳଯାତ୍ରା, ସୂର୍ଯ୍ୟ ପୂଜା, ଅଗ୍ନି ସ୍ଥାପନ, ଅଗ୍ନି ସଂସ୍କାର, ପୀଠ ଦେବତା, ପଞ୍ଚ ଦେବତା ଆହୁତି, ଗୋ ପୂଜା, ଶ୍ରୀମଦ ଭାଗବତ ଗୀତା ଆହୁତି, ଶ୍ରୀ ଦୂର୍ଗା ସପ୍ତ ସତୀ ଚଣ୍ଡୀ ଆହୁତି, ରବିବାର ବିଷ୍ଣୁ ସହସ୍ର ନାମ ଆହୁତି, ସର୍ବ ଦେବା ଦେବୀ ଆହୁତି, ଓ ପୂର୍ଣା ହୂତି ପ୍ରଦାନ କରାଯାଇଥିଲା l

ରାତ୍ରରେ ଭଜନ ସମାରୋହ ଓ ଲଉଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା l ଯଜ୍ଞ ରେ କର୍ତ୍ତା ଭାବେ ମନ୍ଦିର ପାଟରାଜା ପ୍ରଭାତ କୁମାର ନନ୍ଦୀ ଓ ତାଙ୍କ ପତ୍ନୀ କର୍ତ୍ତୀ ଭାବରେ କାର୍ଯ୍ୟ ସମାପନ କରିଥିଲେ l ଏହି ଆଧ୍ୟାତ୍ମିକ କାର୍ଯ୍ୟ କ୍ରମକୁ ଜଗନାଥ ମନ୍ଦିର ରାଜା ପ୍ରମୋଦ କୁମାର ନନ୍ଦୀ, କମିଟି ର ସମ୍ପାଦକ ବିଭୁଦତ୍ତ ସାହୁ, ମୁଦିରସ୍ତ ବିଜୟ କୁମାର ମିଶ୍ର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l


No Result
View All Result