No Result
View All Result
୧୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବ୍ରହ୍ମଗିରି :- ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ର ପ୍ରସିଦ୍ଧ ମାଲୁଦ ପଞ୍ଚୁ୍ଦୋଳ ଯାତ୍ରାରେ ପୁସ୍ତକ ମେଳା ଅନ୍ତିମ ସଭା ସମାପ୍ତ ହୋଇଛି। ଶିକ୍ଷାବିତ ସଦାନନ୍ଦ ଗୌଡ଼ ଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ପୁସ୍ତକ ମେଳା ର ସମ୍ପାଦକ ବିଷ୍ଣୁ ଚରଣ ଦଳେଇ, ପ୍ରାକ୍ତନ ଶିକ୍ଷକ ବନ ବିହାରୀ ପଟନାୟକ, ଶିକ୍ଷାବିତ ମହେନ୍ଦ୍ର ବେହେରା, ଦୈତାରୀ ବିଶ୍ୱାଳ, ଅଧ୍ୟାପକ ବସନ୍ତ କୁମାର ନାୟକ, ଶିକ୍ଷକ ସୁରେନ୍ଦ୍ର ପ୍ରଧାନ,
ଶିକ୍ଷକ ବିଦ୍ୟାଧର ପ୍ରଧାନ, ପ୍ରାକ୍ତନ ଅଧ୍ୟକ୍ଷ ନୀଳକଣ୍ଠ ତ୍ରିପାଠୀ, ଶିକ୍ଷକ ପ୍ରଫୁଲ କୁମାର ବିଶ୍ୱାଳ, କବି ମନୋଜ ବାରିକ, ସାମାଜିକ କର୍ମୀ ବାବୁଲା ନାୟକ, ଶିକ୍ଷାବିତ ବିଭୁତି ଭୂଷଣ ହରିଚନ୍ଦନ, ରାଧାଶ୍ୟାମ ବିଶ୍ୱାଳ ପ୍ରମୁଖ ବହୁ ଶିକ୍ଷାବିତ ଯୋଗ ଦେଇଥିଲେ। ଅସୁସ୍ଥତା ଯୋଗୁଁ ପୁସ୍ତକ ମେଳା ର ପ୍ରତିଷ୍ଠାତା ଅବସର ପ୍ରାପ୍ତ ଶିକ୍ଷକ ବାନାମ୍ବର ବାରିକି ଏବଂ ଆଗ ଧାଡ଼ିର ଯୁବ ପ୍ରତିଭା ଲଳିତ କୁମାର ସ୍ୱାଇଁ ଙ୍କ ଅନୁପସ୍ଥିତି ଯୋଗୁଁ ସଭାରେ କ୍ଷୋଭ ପ୍ରକାଶ କରିଥିଲେ।
ପୁସ୍ତକ ମେଳା ଯୋଗୁଁ ଗ୍ରାମାଞ୍ଚଳ ରେ ଶିକ୍ଷା ର ବିକାଶ ହୋଇ ପାରିବ ଏବଂ ଗ୍ରାମାଞ୍ଚଳ ର ପାଠକ ମାନେ ଆବଶକୀୟ ପୁସ୍ତକ ହାତ ପାଆନ୍ତ ରେ ପାଇପାରିବେ ବୋଲି କହିଥିଲେ। ଏଥିପାଇଁ ବିଭିନ୍ନ ସହର ରୁ ପୁସ୍ତକ ପ୍ରକାଶକ, ବିକ୍ରେତା ଙ୍କ ସହ ଯୋଗାଯୋଗ ସାରିଥିବା ପ୍ରକାଶ କରିଥିଲେ। ୩ ଦିନ ଧରି ଏହି ମେଳା କୁ ସୁଚାରୁ ପରିଚାଳନା ପାଇଁ ଦାୟୀତ୍ୱ ବଣ୍ଟନ କରାଯାଇଛି। ଉକ୍ତ ମେଳାରେ କିଛି ପ୍ରତିଭାଙ୍କୁ ସାନମାନିତ କରାଯିବା ପାଇଁ ନିଷ୍ପତି ହୋଇଥିବା ଜଣାପଡ଼ିଛି।
No Result
View All Result